ମାରୁଆଡି ମହିଳା ମୋର୍ଚ୍ଚା ପକ୍ଷରୁ ଭାଗବତ ପାରାୟଣ ସପ୍ତାହ ପାଳନ
ଢେଙ୍କାନାଳ, ୧/୧୦: ଢେଙ୍କାନାଳ କାରିଗରସାହିସ୍ଥିତ ଅଭିନନ୍ଦନ ଗାର୍ଡେନ୍ ଠାରେ ଢେଙ୍କାନାଳ ସହରର ମାରୁଆଡି ମହିଳା ମୋର୍ଚ୍ଚା ପକ୍ଷରୁ ଭାଗବତ ପାରାୟଣ ସପ୍ତାହ ଗତ ୩୦ ତାରିଖ ବୁଧବାର ଠାରୁ ଆରମ୍ଭ ହୋଇଯାଇଅଛି ।
ଆଗାମୀ ୬ ତାରିଖ ମଙ୍ଗଳବାର ଦିନ ଏହାର ପୂର୍ଣ୍ଣାହୁତି ଓ ପ୍ରସାଦସେବନ ଅନୁଷ୍ଠିତ ହେବ । ପ୍ରତ୍ୟେକ ଦିବା ୩ ଘଟିକା ଠାରୁ ପାରୟଣ ଆରମ୍ଭ ହୋଇ ସଂଧ୍ୟା ୬ ଘଟିକା ପର୍ଯ୍ୟନ୍ତ ଚାଲୁ ରହିବ । ଏଥିରେ ବକ୍ତାଭାବେ ସରସ ଦାସ ମହାରାଜ ବାଗବତ ବିଷୟରେ ପ୍ରବଚନ ଦେଉଛନ୍ତି । ସହରର ବହୁ ମହିଳା ଓ ପୁରୁଷମାନେ ପ୍ରବଚନ ଶୁଣିବା ପାଇଁ ବହୁ ସଂଖ୍ୟାରେ ଯୋଗଦେଉଛନ୍ତି । ମାରୁଆଡି ମହିଳା ମୋର୍ଚ୍ଚାର ସଦସ୍ୟାମାନଙ୍କ ଦ୍ଵାରା ଏହି କାର୍ଯ୍ୟକ୍ରମ ସୁଚାରୁ ରୂପେ ପାଳନ ହେଉଅଛି ।
