ବଅଁରପାଳ ଶିଶୁ ବିଦ୍ୟା ମନ୍ଦିର ଶିଶୁ ବାଟିକାର ମାତୃ କର୍ମଶାଳା ,ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ
ବଅଁରପାଳ (୦୨/୧୦) ବଅଁରପାଳ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ରେ ଆଧାର ସ୍ତରର ମାତୃ କର୍ମଶାଳା ବିଦ୍ୟାଳୟର ଉପସଭାପତି ମା.ଶ୍ରୀଯୁକ୍ତ ପ୍ରକାଶ କୁମାର ସିଂହ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଥିଲା l ମୁଖ୍ୟ ଅତିଥିଭାବେ ଗୀତାମୟୀ ମହାପାତ୍ର ସମ୍ପାଦିକା ଚେତନା ଶ୍ରୀ ସାହିତ୍ୟ ସଂସଦ ଅନୁଗୋଳ ଯୋଗଦେଇ ଶିଶୁର ସର୍ବାଙ୍ଗୀଣ ବିକାଶରେ ମାଆ ମାନଙ୍କର ଭୂମିକା ଉପରେ ଆଲୋକପାତ କରିଥିଲେ l ମୁଖ୍ୟବକ୍ତା ଭାବରେ ଅନୁଗୋଳ ଜିଲ୍ଲା ଶିଶୁ ବାଟିକା ପ୍ରମୁଖ ଶ୍ରୀମତୀ ମମିତା ବେହେରା ଆଚାର୍ଯ୍ୟl ଦେଉଳବେଡ଼ା ଯୋଗଦାନ କରି ଭାରତୀୟ ସଂସ୍କୃତି ପରମ୍ପରା ଆଧାରରେ ଶିଶୁମାନଙ୍କୁ ଗଢ଼ି ତୋଳିବାରେ ମାଆ ମାନଙ୍କର କର୍ତ୍ତବ୍ୟ କିପରି ହେବା ଉଚିତ ସେ ବିଷୟରେ ଆଲୋକ ପାତ କରି ଥିଲେ ।

ସମ୍ମାନିତ ଅତିଥିଭାବେ ସମ୍ପାଦକ ମା. ଶ୍ରୀଯୁକ୍ତ ଅଖିଳ କୁମାର ମହାପାତ୍ର, ,ସଦସ୍ୟା ପଦ୍ମିନୀ ବେହେରା ମଞ୍ଚାସିନ ଥିଲେ। ପ୍ରଧlନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଧର୍ମାନନ୍ଦ ସାହୁ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ସଭାପତି ମା ସତ୍ୟବାନ ବରାହ, ଯୁଗ୍ମ ସମ୍ପାଦକ ସୁମନ୍ତ କୁମାର ସାମଲ, କୋଷାଧ୍ୟକ୍ଷ ମା ଶ୍ରୀଯୁକ୍ତ ଅକ୍ଷୟ କୁମାର ସେନାପତି ଉପସ୍ଥିତ ଥିଲେ l ମାଆ ମାନଙ୍କ ମଧ୍ୟରେ ଶାରୀରିକ,ମାନସିକ ଦକ୍ଷତା ବିକାଶ,ଭାଷା ଜ୍ଞାନ ଓ ଅଙ୍କ ଜ୍ଞାନ ଆଦି କାର୍ଯ୍ୟକ୍ରମ କ୍ରିୟା କଳ।ପ ମାଧ୍ୟମରେ ଶିଶୁ ବାଟିକା ପ୍ରମୁଖ ଶ୍ରୀମତୀ ଯଶୋବନ୍ତୀ ଚୌଧୁରୀ ଓ ସମସ୍ତ ଗୁରୁଜୀ ଗୁରୁମା ସହଯୋଗରେ କରାଯାଇଥିଲା l



