
ସମ୍ବଲପୁର ଜିଲ୍ଲା, ଜମନକିରା ବ୍ଲକ୍ ସରକାରୀ (ଏସ ଏସ ଡ଼ି ) ଉଚ୍ଚ ବିଦ୍ୟାଳୟ, ଭୋଜପୁର ଠାରେ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ପାଳିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଭୋଜପୁର ଗ୍ରାମ ପଂଚାୟତ ର ସରପଞ୍ଚ ଶ୍ରୀମତୀ କର୍ପୁର ପାତ୍ର, ସ୍ୱତନ୍ତ୍ର ଅତିଥି ଭାବରେ ବିଧାୟକ ପ୍ରତିନିଧି ଶ୍ରୀଯୁକ୍ତ ମନୋଜ ମାଝୀ, ସମ୍ମାନିତ ଅତିଥି ଭାବରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରମେଶ ନାୟକ, ଅବସର ପ୍ରାପ୍ତ କଲେଜ ଅଧ୍ୟକ୍ଷ୍ ଶ୍ରୀଯୁକ୍ତ ପ୍ରତାପ ମହାକୁଳ, ସମାଜସେବୀ ଶ୍ରୀଯୁକ୍ତ ରମେଶ ପଟେଲ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀଯୁକ୍ତ ଚିତ୍ତରଞ୍ଜନ ରଣା ଯୋଗଦାନ କରି ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ନିକୁଞ୍ଜ ବିହାରୀ ରଣା ସଭାପତିତ୍ୱ କରି ଥିବାବେଳେ ବରିଷ୍ଠ ଶିକ୍ଷକ ଶ୍ରୀ ଚକ୍ରଧର ମାଝୀ ମଞ୍ଚ ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା ହୋଇଥିଲା l ବରିଷ୍ଠ ବିଭାଗର ବକ୍ତୃତା ପ୍ରତିଯୋଗିତା ରେ ପ୍ରଥମ ରୁପାଲୀ ନାୟକ, ଦ୍ୱିତୀୟ ନରେଶ କିସାନ, ତୃତୀୟ ଖୁଶବୁ ଭୋଇ, ଚିତ୍ରାଙ୍କନ ରେ ବରିଷ୍ଟ ବିଭାଗରେ ପ୍ରଥମ ଅନିଲ କୁଜୁର, ଦ୍ୱିତୀୟ ଅଶୋକ କାଲୋ, ତୃତୀୟ ଶୁଭଜିତ କିସାନ କନିଷ୍ଟ ବିଭାଗର ପ୍ରଥମ ଶୁଭଶ୍ରୀ କିସାନ, ଦ୍ୱିତୀୟ ଲିପୁନ ପ୍ରଧାନ, ତୃତୀୟ ପ୍ରିୟଙ୍କା ଜ୍ୟୋତିଷ ପୁରସ୍କୃତ ହୋଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଆଦିତ୍ୟ ପ୍ରଧାନ, ସୁଜାତା ତ୍ରିପାଠୀ, ସୁଧୀର ଛତ୍ରିଆ, ସଞ୍ଜୁଲତା ବାଗ, ପଙ୍କଜିନୀ ବାରିକ, ପୂଜାରାଣୀ ପଟେଲ, ଅମୀୟ ନାୟକ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ l




