Spread the love

*ଗାନ୍ଧୀ ଜୟନ୍ତୀରେ ହିନ୍ଦୋଳ ବିଜୁଜନତାଦଳର ବିଶାଳ ପଦଯାତ୍ରା*
***


ହିନ୍ଦୋଳ -ସାରା ଓଡିଶାରେ ପବିତ୍ର ଗାନ୍ଧୀ ଜୟନ୍ତୀରେ ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜେଡି ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ବିଜୁଜନତାଦଳ ଆରମ୍ଭ କରିଥିବା ଜନସମ୍ପର୍କ ପଦଯାତ୍ରା ପରିପେକ୍ଷୀରେ ଆଜି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନମଣ୍ଡଳୀ ବିଜୁଜନତାଦଳ ପକ୍ଷରୁ ହିନ୍ଦୋଳ ଏନଏସି ରେ ଶକ୍ତିପ୍ରଦର୍ଶନ ହୋଇଛି। ହିନ୍ଦୋଳ ବିଜେଡି ନେତା ପୂର୍ବତନ ସାଂସଦ ଶ୍ରୀଯୁକ୍ତ ମହେଶ ସାହୁଙ୍କ ନେତୃତ୍ୱ ରେ ଆଜି ହିନ୍ଦୋଳ ଏନଏସି ସଭାପତି ପ୍ରଦ୍ୟୁମ୍ନ ବେହେରାଙ୍କ ସଭାପତିତ୍ୱରେ ହିନ୍ଦୋଳ ବ୍ଲକ ଅଫିସ ନିକଟରେ ଥିବା ଦାଣ୍ଡିଯାତ୍ରାରେ ମାଲ୍ୟାର୍ପଣ କରାଯାଇ ପଦଯାତ୍ରା ଆରମ୍ଭ ହେବାସହ,ଡ଼ଃ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ତତ୍ପରେ କୋର୍ଟଛକ ସ୍ଥିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହିତ ହିନ୍ଦୋଳ ମାଟିର ବରପୁତ୍ର ସ୍ବର୍ଗତ ମନ୍ତ୍ରୀ ତ୍ରିନାଥ ନାୟକଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇ ପଦଯାତ୍ରା କରାଯାଇଥିଲା। ଏହି ପରିପେକ୍ଷୀରେ ପୂର୍ବତନ ସାଂସଦ ଡବଲଇଂଜିନ ସରକାରର ସମସ୍ତ ବିଫଳତା ବର୍ଣ୍ଣନା କରିବାସହ ନବୀନ ପଟନାୟକଙ୍କ ସଫଳତା ଓ ବିପୁଳ ଲୋକପ୍ରିୟତା ସମ୍ପର୍କରେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ସନ୍ଦୀପ ଷଡ଼ଙ୍ଗୀ,ଜିଲ୍ଲା ଛାତ୍ରସଭାପତି ଆର୍ଯ୍ୟନ ଦାସ,ରାଜ୍ୟପରିଷଦ ସଦସ୍ୟ ଅଶୋକ ନାୟକ,ରାଜ୍ୟ ମହିଳା ସାଧାରଣସମ୍ପାଦିକା ମମତା ସାହୁ,ହିନ୍ଦୋଳ ବ୍ଲକ ସଭାପତି ଦେବିପ୍ରସାଦ ପଟ୍ଟନାୟକ, ଓଡାପଡା ସଭାପତି ଯତି ନାଏକ,ହିନ୍ଦୋଳ ଏନଏସି ସଭାପତି ପ୍ରଦ୍ୟୁମ୍ନ ବେହେରା,ଏନଏସି ଉପାଧ୍ୟାକ୍ଷା ପ୍ରତିମା ରାଉତ,ମହିଳା ସଭାପତି ଯୋଗମାୟା ଗଡ଼ନାୟକ, ହିନ୍ଦୋଳ ଓକିଲ ସଙ୍ଘ ସଭାପତି ସୁଶୀଲ ଗଡ଼ନାୟକ,ଜିଲ୍ଲା ସାଧାରଣ ସମ୍ପାଦକ ଚକ୍ରଧର ଦାସ,କାଉନସିଲର ବିଷ୍ଣୁପ୍ରିୟା ନାଏକ,ଜିଲ୍ଲାସମ୍ପାଦକ ପ୍ରଶାନ୍ତ ଦାସ,କିଷାନ ପଟ୍ଟନାୟକ,ବରିଷ୍ଠ ବିଜେଡି ନେତା ହେମନ୍ତ ସାହୁ, ବ୍ଲକ ଉପସଭାପତି ସତ୍ୟାନନ୍ଦ ସାହୁ,ଏନଏସି ଉପସଭାପତି ବିଜୟ ବେହେରା, ପୂର୍ଣ୍ଣଚନ୍ଦ୍ର ନାଠି ଙ୍କ ସମେତ ଶତାଧିକ ବିଜେଡି କର୍ମୀ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *