ସାନ୍ତାଳୀ ଭାଷାର ବିକାଶ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ବିଶେଷଜ୍ଞ କମିଟିର ଆଲୋଚନା
ଭୁବନେଶ୍ୱର, ୩ ଅକ୍ଟୋବର ୨୦୨୬:
ସାନ୍ତାଳୀ ଭାଷାର ସଂରକ୍ଷଣ, ପ୍ରସାର ଓ ବିକାଶ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ନେଇ ସାନ୍ତାଳୀ ଭାଷା ବିଶେଷଜ୍ଞ କମିଟି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି।
ଶନିବାର ଭୁବନେଶ୍ୱରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ଏହି ସାକ୍ଷାତକାର ହୋଇଥିଲା। ଏହି ଅବସରରେ ସାନ୍ତାଳୀ ଭାଷା ସହ ଜଡ଼ିତ ବିଭିନ୍ନ ବିଷୟ ଉପରେ କମିଟି ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ।
ସାନ୍ତାଳୀ ଭାଷାର ସମୃଦ୍ଧି ଓ ଏହାର ସାହିତ୍ୟ, ସଂସ୍କୃତି ଏବଂ ପରମ୍ପରାକୁ ଆଗକୁ ନେବା ଦିଗରେ ଏହି ଆଲୋଚନାକୁ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି।
