ମା’ ସରଳା ଦେବୀ ହେଉଛନ୍ତି ନାରୀ ସଶକ୍ତିକରଣର ପ୍ରତୀକ : ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ
ଭୁବନେଶ୍ୱର
୪ ଅକ୍ଟୋବର, ୨୦୨୬
ମା’ ସରଳା ଦେବୀଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ମା’ ସରଳା ଦେବୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି। ଓଡ଼ିଶା ବିଧାନସଭା ପାର୍ଶ୍ୱରେ ଥିବା ମା’ ସରଳା ଦେବୀଙ୍କ ପ୍ରତିମୂର୍ତ୍ତିରେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହ ମା’ ସରଳା ଦେବୀଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ନାରୀ ସଶକ୍ତିକରଣର ପ୍ରତୀକ ହେଉଛନ୍ତି ମା’ ସରଳା ଦେବୀ। ଓଡ଼ିଶା ବିଧାନସଭାରେ ପ୍ରଥମ ମହିଳା ବିଧାୟିକା ଭାବେ ମା’ ସରଳା ଦେବୀ କାର୍ଯ୍ୟ କରିଥିଲେ। ଓଡିଶାରେ ସ୍ୱାଧୀନତା ସଂଗ୍ରାମର ନେତୃତ୍ୱ ନେବାସହ ନାରୀ ଶିକ୍ଷା, ନାରୀ ଜାଗରଣ ଓ ସମାଜର ବିକାଶ ପାଇଁ ମା’ ସରଳା ଦେବୀ କାର୍ଯ୍ୟ କରିଥିଲେ। ସରଳା ଦେବୀଙ୍କ ଆଦର୍ଶ ଓ ସେବା ମନୋଭାବ ସଦାସର୍ବଦା ସମସ୍ତଙ୍କୁ ପ୍ରେରଣା ପ୍ରଦାନ କରିଛି ବୋଲି ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ କହିଛନ୍ତି।
ଆଜି ମା’ ସରଳା ଦେବୀଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କ ସମେତ ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ବରିଷ୍ଠ ଅଧିକାରୀ, ବୁଦ୍ଧିଜୀବୀ, ସମାଜସେବୀ ପ୍ରମୁଖ ଉପସ୍ଥିତ ରହି ମା’ ସରଳା ଦେବୀଙ୍କ ସ୍ମୃତିଚାରଣ କରିଛନ୍ତି।
