Vladimir Putin meets Indian Prime Minister Narendra ModiMOSCOW, RUSSIA - JULY 9: (RUSSIA OUT) Russian President Vladimir Putin (R) talks to Indian Prime Minister Narendra Modi (L) during their meeting at the Grand Kremlin Palace, on July 9, 2024 in Moscow, Russia. Indian Prime Minister Narendra Modi is on a two-day visit to Moscow. (Photo by Contributor/Getty Images)
Spread the love

ୟୁକ୍ରେନ୍ ଯୁଦ୍ଧ ଶେଷ ପାଇଁ ମୋଦୀଙ୍କ ପାଖରେ ‘ଉତ୍ତମ ବିଚାର’ ରହିଛି: ପୁଟିନ୍

ନୂଆଦିଲ୍ଲୀ: ୟୁକ୍ରେନ୍ ଯୁଦ୍ଧର ଶାନ୍ତିପୂର୍ଣ୍ଣ ସମାଧାନ ଦିଗରେ ଭାରତର ଭୂମିକାକୁ ପୁଣିଥରେ ପ୍ରଶଂସା କରିଛି ରୁଷ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖରେ ୟୁକ୍ରେନ୍ ସଙ୍କଟର ସମାଧାନ ପାଇଁ ଅତ୍ୟନ୍ତ ସ୍ପଷ୍ଟ ଓ ଗ୍ରହଣଯୋଗ୍ୟ ‘ଉତ୍ତମ ବିଚାର’ ରହିଛି ବୋଲି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ କହିଛନ୍ତି।

ବାର୍ଷିକ ଭାଲଡାଇ ଇଣ୍ଟରନ୍ୟାସନାଲ୍ ଡିସକସନ୍ କ୍ଲବ୍ କାର୍ଯ୍ୟକ୍ରମରେ ଯୋଗଦେଇ ପୁଟିନ୍ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ପ୍ରତ୍ୟେକ ଦ୍ୱିପାକ୍ଷିକ ଆଲୋଚନାରେ ୟୁକ୍ରେନ୍ ବିବାଦର ଶାନ୍ତିପୂର୍ଣ୍ଣ ଅନ୍ତ ଉପରେ ଜୋର ଦେଇଥାନ୍ତି। ଯୁଦ୍ଧର ଅନ୍ତ କିପରି ହୋଇପାରିବ ଏବଂ କିପରି ଦୀର୍ଘସ୍ଥାୟୀ ଶାନ୍ତି ସ୍ଥାପନ କରାଯାଇପାରିବ, ସେନେଇ ମୋଦୀ ଗଭୀର ଆଗ୍ରହ ଦେଖାଇଥାନ୍ତି ବୋଲି ସେ କହିଛନ୍ତି।

ରୁଷ ସରକାରୀ ସମ୍ବାଦ ସଂସ୍ଥା ‘ଟାସ୍’ ଅନୁସାରେ, ପୁଟିନ୍ ଭାରତ-ରୁଷ ସମ୍ପର୍କକୁ ମଧ୍ୟ ବେଶ୍‌ ନିବିଡ଼ ବୋଲି ବର୍ଣ୍ଣନା କରିଛନ୍ତି। ଦୁଇ ଦେଶ ମଧ୍ୟରେ ଥିବା ଦୀର୍ଘଦିନର ବନ୍ଧୁତ୍ୱ ସତ୍ତ୍ୱେ ମୋଦୀ ଜଣେ ଦୂରଦର୍ଶୀ ବିଶ୍ୱ ନେତା ଭାବେ ଯୁଦ୍ଧର ଶେଷ ଓ ଶାନ୍ତି ପ୍ରତିଷ୍ଠା ନେଇ ନିରନ୍ତର ପ୍ରଶ୍ନ ଉଠାଇଥାନ୍ତି ବୋଲି ପୁଟିନ୍ ଉଲ୍ଲେଖ କରିଛନ୍ତି।

ୟୁକ୍ରେନ୍ ସ୍ଥିତି ଓ ଶାନ୍ତି ପ୍ରକ୍ରିୟା ନେଇ ମୋଦୀ ଓ ପୁଟିନ୍‌ଙ୍କ ମଧ୍ୟରେ ପୂର୍ବରୁ ମଧ୍ୟ ବିସ୍ତୃତ ଆଲୋଚନା ହୋଇଛି। ଆଲୋଚନା ଓ କୂଟନୀତି ମାଧ୍ୟମରେ ବିବାଦର ସମାଧାନ ପାଇଁ ଭାରତ ଦେଇଆସୁଥିବା ଗୁରୁତ୍ୱକୁ ରୁଷ ସମର୍ଥନ କରୁଥିବା କ୍ରେମଲିନ୍ ପକ୍ଷରୁ ମଧ୍ୟ ପୂର୍ବରୁ କୁହାଯାଇଛି।

ଭାରତର ବିବିଧତା ଓ ଏକତାକୁ ପୁଟିନ୍‌ଙ୍କ ପ୍ରଶଂସା

ଏହି ଅବସରରେ ଭାରତର ସାଂସ୍କୃତିକ ବିବିଧତା ଓ ଏକତାକୁ ମଧ୍ୟ ପ୍ରଶଂସା କରିଛନ୍ତି ପୁଟିନ୍। ବିଭିନ୍ନ ଭାଷା, ସଂସ୍କୃତି ଓ ପରମ୍ପରାର ଲୋକ ଭାରତରେ ଏକାଠି ଶାନ୍ତିରେ ବସବାସ କରୁଥିବା ଘଟଣାକୁ ସେ ଏକ ଅନନ୍ୟ ଉଦାହରଣ ବୋଲି କହିଛନ୍ତି।

ଭାରତର ବିବିଧତା ତାଙ୍କୁ ଆଶ୍ଚର୍ଯ୍ୟ କରେ ବୋଲି କହି ପୁଟିନ୍ ଭାରତୀୟ ସଂସ୍କୃତିର ଏହି ଏକତାର ବାର୍ତ୍ତାକୁ ସାରା ବିଶ୍ୱ ପାଇଁ ଶିକ୍ଷଣୀୟ ବୋଲି ଅଭିହିତ କରିଛନ୍ତି।

Leave a Reply

Your email address will not be published. Required fields are marked *