Spread the love

ଲୋକ କଳାକାରଙ୍କୁ ମାନପତ୍ର ପ୍ରଦାନ |

ଫାଶୀମାଲ/ ( )
ଜମନକିରା ବ୍ଲକ ଅନ୍ତର୍ଗତ କେଣାଡିପା ଗ୍ରାମ ପଞ୍ଚାୟତର ନକଟିପାଲି ଗ୍ରାମର ଲୋକ କଳାକାର, ସଂକୀର୍ତ୍ତନ କଳାକାର ଏବଂ ବୀରସା ମୁଣ୍ଡା ନୃତ୍ୟ କଳାକାରମାନଙ୍କୁ ଆଜି କଳାକ୍ଷେତ୍ର, ଭୁବନେଶ୍ୱର ପକ୍ଷରୁ ମାନପତ୍ର ପ୍ରଦାନ କରାଯାଇଛି।

ଗତ ୨୭ ସେପ୍ଟେମ୍ବର ୨୦୨୬, ରବିବାର ଦିନ ଖଣ୍ଡକୋଟାଠାରେ ଆୟୋଜିତ ଲୋକକଳା ଜିଲ୍ଲାସ୍ତରୀୟ ଚୟନ କାର୍ଯ୍ୟକ୍ରମରେ ନକଟିପାଲି ଗ୍ରାମର କଳାକାରମାନେ ଯୋଗଦେଇ ନିଜର କଳା ପ୍ରଦର୍ଶନ କରିଥିଲେ। ସେହି କଳାକାରମାନଙ୍କୁ ଆଜି କଳାକ୍ଷେତ୍ର ପକ୍ଷରୁ ସମ୍ମାନିତ କରାଯାଇ ମାନପତ୍ର ପ୍ରଦାନ କରାଗଲା।

ଏହି ଅବସରରେ ଡାକ୍ତର ପର୍ଶୁରାମ ମଙ୍ଗରାଜ
କଲକ୍ଷେତ ର ସଂଯୋଜଜ, ହରମୋହନ ପଟେଲ ସମାଜସେବୀ,ସଞ୍ଜୟ ଧୂରୁଆ, ଲଷ୍ମୀଧର ବିନଦାନୀ ଓ କବିସିକେଶନ ବନଛୋର , ଖତୁ ମୁଣ୍ଡା ଲୋକକଲା କାର ଏବଂଅନ୍ୟ ଅତିଥି ଉପସ୍ଥିତ ରହିଥିଲେ। ଆମ ଅଞ୍ଚଳର ସ୍ଥାନୀୟ କଳାକାରମାନେ ମଧ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଗୌରବାନ୍ୱିତ କରିଥିଲେ, ରୁଷି ବନଛୋର ଧନ୍ୟବାଦ ଦେଲେ,

Leave a Reply

Your email address will not be published. Required fields are marked *