ସମାଜସେବୀ ଡ଼ା ବିଶ୍ଵନାଥ କର ଙ୍କ ମାତୃ ବିୟୋଗ
ଜୁନାଗଡ, ତା ୪/୧୦/୨୬(ବାଲେଶ୍ୱର ସୁନାନୀ ଜାଗ୍ରତ ଭାରତ ): କଳାହାଣ୍ଡି ଜିଲ୍ଲାର ବିଶିଷ୍ଟ ସମାଜସେବୀ ତଥା ବରିଷ୍ଠ ଆଇନଜୀବୀ ଡ଼ା ବିଶ୍ୱନାଥ କର ଙ୍କ ମାତା ଲକ୍ଷ୍ମୀ ଦେବୀ ଙ୍କ ୯୧ ବର୍ଷ ବୟସରେ ଗତ ତା ୩/୧୦/୨୬ ରିଖ ସନ୍ଧ୍ୟା ୮ ଘଣ୍ଟା ୪୦ ମି ସମୟରେ ତାଙ୍କ ଜୁନାଗଡ ସ୍ଥିତ ବାସଭବନ ରେ ମୃତ୍ୟୁ ବରଣ କରିଛନ୍ତି। ସେ ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ଖବର ଶୁଣି ଅଞ୍ଚଳରେ ଶୋକ ର ଛାୟା ଖେଳି ଯାଇଛି। ଆଜି ସକାଳ ୭ ଘଣ୍ଟା ସମୟରେ ତାଙ୍କ ପାର୍ଥିବ ଶରୀରକୁ ଏକ ବିରାଟ ଶୋଭଯାତ୍ରାରେ ବାହାରି ତାଙ୍କ କର୍ମଭୂମି ଚିକିଲି ଗ୍ରାମକୁ ନିଆଗଲା, ଉକ୍ତ ଶୋଭାଯାତ୍ରାରେ ଅଞ୍ଚଳର ଶହ ଶହ ଲୋକ ସାମିଲ୍ ହୋଇଥିଲେ । ତାଙ୍କ ସୁପୁତ୍ର ଡ଼ା ବିଶ୍ୱନାଥ କର ମୁଖାଗ୍ନି ଦେଇଥିବା ବେଳେ ଉକ୍ତ କାର୍ଯ୍ୟ କ୍ରମରେ ବହୁଲୋକ ଓ ସମ୍ପର୍କୀୟ ସାମିଲ ହୋଇ ଶେଷ ଦର୍ଶନ କରିଥିଲେ । ରାଜ୍ୟ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ, ପୂର୍ବତନ ବିରୋଧୀଦଳ ନେତା ପ୍ରଦୀପ୍ତ କୁମାର ନାଏକ, ରାଜ୍ୟସଭା ସାଂସଦ ସୁଜିତ୍ କୁମାର, ବିଧାୟକ ଦିବ୍ୟଶଙ୍କର ମିଶ୍ର, କେ ଭି ସିଂହ ଦେଓ, ମାହେଶ୍ୱରୀ ଦାସ, ନେପାଳ ଚନ୍ଦ୍ର ବାଗ ଓ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ବୃନ୍ଦ ଶୋକ ବ୍ୟକ୍ତ କରିଛନ୍ତି। ପ୍ରକାଶ ଥାଉକି ସ୍ୱର୍ଗତ ଲକ୍ଷ୍ମୀ ଦେବୀ ଜଣେ ପରୋପକାରୀ, ଦରଦୀ, ଧର୍ମ ପରାୟଣ ଓ ମିଷ୍ଟଭାଷୀ ମହିଳା ଥିଲେ ।
