ଚୀରନିଦ୍ରାରେ ବଲିଉଡ୍ର ଭେଟେରାନ ଅଭିନେତା ନାନା ପାଟେକର
ମୁମ୍ବାଇ: ବଲିଉଡ୍ ତଥା ମରାଠୀ ଚଳଚ୍ଚିତ୍ର ଜଗତର ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ ଘଟିଛି। ୭୫ ବର୍ଷ ବୟସରେ ଗୁରୁବାର ସକାଳେ ତାଙ୍କର ଦେହାନ୍ତ ହୋଇଛି। ଗୋଆର ଡୋନା ପାଉଲାସ୍ଥିତ ନିଜ ବାସଭବନରେ ସେ ଅଚେତନ ଅବସ୍ଥାରେ ମିଳିଥିଲେ। ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା।
ହସ୍ପିଟାଲରେ ଡାକ୍ତରମାନେ ପ୍ରାୟ ୪୫ ମିନିଟ୍ ଧରି CPR ଦେଇ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ତେବେ ତାଙ୍କ ହୃଦୟରେ କୌଣସି ସ୍ପନ୍ଦନ ଫେରିନଥିଲା ଏବଂ ଶେଷରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ହସ୍ପିଟାଲ ସୂତ୍ର ଅନୁସାରେ, ତୀବ୍ର କାର୍ଡିଆକ୍ ଆରେଷ୍ଟ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି।
ନାନା ପାଟେକରଙ୍କ ଅକାଳ ବିୟୋଗରେ ଭାରତୀୟ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି। ନିଜର ଦମଦାର ଅଭିନୟ, ପ୍ରଭାବଶାଳୀ ସଂଳାପ ଏବଂ ସ୍ୱତନ୍ତ୍ର ଅଭିନୟ ଶୈଳୀ ପାଇଁ ସେ ଦର୍ଶକଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ। ତାଙ୍କ ବିୟୋଗ ଭାରତୀୟ ସିନେମା ପାଇଁ ଏକ ବଡ଼ କ୍ଷତି ବୋଲି କୁହାଯାଉଛି।
