ବନ୍ଦ ପାଳନକୁ ନେଇ ହିଞ୍ଜିଳିକାଟୁରେ ତୁମୁଳ ବାକ୍ବିତଣ୍ଡା, ମୁହାଁମୁହିଁ ବିଜେପି–କଂଗ୍ରେସ
ହିଞ୍ଜିଳିକାଟୁ: ଇଣ୍ଡିଆ ବ୍ଲକ୍ର ଓଡ଼ିଶା ବନ୍ଦ ଡାକ ମଧ୍ୟରେ ହିଞ୍ଜିଳିକାଟୁ ଅଞ୍ଚଳରେ ଦେଖିବାକୁ ମିଳିଛି ରାଜନୈତିକ ଉତ୍ତେଜନା। ବନ୍ଦ ପାଳନକୁ କେନ୍ଦ୍ର କରି ବିଜେପି ମଣ୍ଡଳ ସଭାପତି ଓ କଂଗ୍ରେସ ଉପସଭାପତିଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା।
ବନ୍ଦ ପାଳନକୁ ନେଇ ଉଭୟ ପକ୍ଷ ମଧ୍ୟରେ ପ୍ରଥମେ ଆରମ୍ଭ ହୋଇଥିଲା ତୀବ୍ର ବାକ୍ବିତଣ୍ଡା। ପରେ ପରିସ୍ଥିତି କିଛି ସମୟ ପାଇଁ ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଥିଲା। ଉଭୟ ଦଳର କର୍ମୀ ଓ ସମର୍ଥକଙ୍କ ଉପସ୍ଥିତି ଯୋଗୁଁ ଘଟଣାସ୍ଥଳରେ ରାଜନୈତିକ ତାତି ବଢ଼ିଥିଲା।
ପରିସ୍ଥିତିକୁ ନେଇ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ଚର୍ଚ୍ଚା ଜୋର ଧରିଥିଲା।
ହିଞ୍ଜିଳିକାଟୁରୁ ଅନ୍ତର୍ଯ୍ୟାମୀଙ୍କ ରିପୋର୍ଟ।
