ଏମ୍ଏମଡିଆର ବିଲ୍ ୨୦୨୬କୁ ରଦ୍ଧ, ଗ୍ୟାନେସ କୁମାରଙ୍କ ଇସ୍ତଫା ଓ ଶିକ୍ଷାବିଭାଗର ବିଫଳତାକୁ ନେଇ ଓଡ଼ିଶା ବନ୍ଦଡାକରା।
ଏମ୍ଏମଡିଆର ବିଲ୍ 2026, କୁ ତୁରନ୍ତ ରଦ୍ଧ କରିବାସହ ଗ୍ୟାନେଶ କୁମାରଙ୍କ ଇସ୍ତଫା ଦାବି ଓ ଶିକ୍ଷା ବିଭାଗର ବିଫଳତା କୁ ନେଇ ଆଜିର 12ଘଣ୍ଟିଆ ଓଡ଼ିଶା ବନ୍ଦ୍ ଡାକରା ଯୋଗୁ ଖଣି ଅଞ୍ଚଳ ଏକ ପ୍ରକାର ଠପ୍ ହୋଇଯାଇଛି।କେନ୍ଦୁଝର ଜିଲ୍ଲାର ଖଣି ଅଞ୍ଚଳରେ ଓଡ଼ିଶା ବନ୍ଦର ପ୍ରଭାବ ବେଶ୍ ପରିଲକ୍ଷିତ ହୋଇଛି। ବିଭିନ୍ନ ଖଣିରୁ ଖଣିଜ ପଦାର୍ଥ ପରିବହନ କରୁଥିବା ଟ୍ରକ୍ ଅଟକାଇଲେ ଆନ୍ଦୋଳନକାରୀ । ବଡ଼ବିଲ ସହର ନିକଟ କିରିବୁର ଛକ, ୫୨୦ ନମ୍ବର ଜାତୀୟ ରାଜପଥ ଭଦ୍ରାସାହି ଏବଂ ଯୋଡ଼ା ସହର ନିକଟ କଳାପାହାଡ଼ ଛକ ଠାର ଲୁହାପଥର ବୋଝେଇ ଟ୍ରକ୍ ସବୁ ଆନ୍ଦୋଳ ଯୋଗୁ ଅଟକିଛନ୍ତି। ଚିମୁଳି ଛକରୁ ଚମ୍ପୁଆ ସହର ଦେଇ ପଡୋଶୀ ଝାଡ଼ଖଣ୍ଡ ରାଜ୍ୟକୁ ଯାଉଥିବା ରାସ୍ତାର ଚନ୍ଦ୍ରଶେଖର କଲେଜ ନିକଟରେ ଭାରୀଯାନ ଯିବା ବାଟକୁ ଆନ୍ଦୋଳନକାରୀ ମାନେ ଅବରୋଧ କରିଛନ୍ତି। ଓଡ଼ିଶା ବନ୍ଦ ଯୋଗୁ ଜିଲ୍ଲାରେ ଅନେକ ସ୍ଥାନରେ ସ୍ୱତଃ ପ୍ରବୃତ ଭାବେ ଦୋକାନ ବଜାର ବନ୍ଦ ରହିଥିବା ବେଳେ, ଘରୋଇ ବସ୍ ଚଳାଚଳ ମଧ୍ୟ ବନ୍ଦ ରହିଥିବା ବେଳେ ସ୍କୁଲ କଲେଜ ବନ୍ଦ ରହିଛି ଏବଂ ଆନ୍ଦୋଳନ କାରୀ ମାନେ ବିଭିନ୍ନ କାର୍ଯ୍ୟାଳୟ ବ୍ୟାଙ୍କ୍ ସବୁକୁ ବନ୍ଦ୍ କରିଥିବା ବେଳେ ଆନ୍ଦୋଳନ କାରୀ ମାନେ ବିଭିନ୍ନ ସ୍ଥାନରେ ଧାରଣା ପ୍ରଦର୍ସନ୍ନ କରିବା ସହ ବିଭିନ୍ନ ସ୍ଲୋଗାନ ମାନ ଦେଉଥିବା ଦେଖିବାକୁ ମିଳିଛି।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।
