### ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସମ୍ବଲପୁରରେ ସ୍ୱଚ୍ଛତା ଅଭିଯାନ, ମହାଳୟାରେ ସ୍ୱଚ୍ଛତାର ବାର୍ତ୍ତା
ସମ୍ବଲପୁର: ପବିତ୍ର ମହାଳୟା ଅବସରରେ ସମ୍ବଲପୁରରେ ଜିଲ୍ଲାବ୍ୟାପୀ ସ୍ୱଚ୍ଛତା ଅଭିଯାନ ଏକ ଜନଆନ୍ଦୋଳନର ରୂପ ନେଇଛି। ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଆୟୋଜିତ ଏହି ଅଭିଯାନରେ ଛାତ୍ରଛାତ୍ରୀ, ଯୁବବର୍ଗ, ବୁଦ୍ଧିଜୀବୀ, ଜନପ୍ରତିନିଧି, ସ୍ୱେଚ୍ଛାସେବୀଙ୍କ ସମେତ ବହୁ ସଂଖ୍ୟାରେ ସାଧାରଣ ଜନତା ସାମିଲ ହୋଇ ସ୍ୱଚ୍ଛତାର ବାର୍ତ୍ତା ପ୍ରସାର କରିଛନ୍ତି।
ଏହି ଅବସରରେ ସ୍ୱଚ୍ଛତାକୁ କେବଳ ଏକ କାର୍ଯ୍ୟ ଭାବେ ନୁହେଁ, ବରଂ ନୈତିକ ଦାୟିତ୍ୱ ଓ ସାମାଜିକ ପରିବର୍ତ୍ତନର ମାଧ୍ୟମ ଭାବେ ଗ୍ରହଣ କରିବାକୁ ଆହ୍ୱାନ ଦିଆଯାଇଛି। ‘ସ୍ୱଚ୍ଛତା ହିଁ ସେବା’ ମନ୍ତ୍ରକୁ ଆଧାର କରି ଏକ ସୁସ୍ଥ, ସୁନ୍ଦର ଓ ସ୍ୱଚ୍ଛ ସମାଜ ଗଠନ ପାଇଁ ସମସ୍ତେ ଆଗେଇ ଆସିବା ଆବଶ୍ୟକ ବୋଲି ବାର୍ତ୍ତା ଦିଆଯାଇଛି।
ସୁସ୍ଥ ଜୀବନ ପାଇଁ ପରିବେଶର ସ୍ୱଚ୍ଛତା ଅପରିହାର୍ଯ୍ୟ। ତେଣୁ ନିଜ ଘର, ରାସ୍ତାଘାଟ ଓ ଆଖପାଖ ପରିବେଶକୁ ସଫା ରଖିବା ସହ ସ୍ୱଚ୍ଛତାକୁ ଦୈନନ୍ଦିନ ଜୀବନର ଅଭ୍ୟାସରେ ପରିଣତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।
ଏହି ଜିଲ୍ଲାବ୍ୟାପୀ ଅଭିଯାନରେ ଉତ୍ସାହର ସହ ଯୋଗଦେଇ ସ୍ୱଚ୍ଛତାର ସଂକଳ୍ପକୁ ସଫଳ କରିବାରେ ସହଯୋଗ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ସାଂସଦ ଧର୍ମେନ୍ଦ୍ର ପ୍ରଧାନ।

