Spread the love

୭୯ ବର୍ଷରେ ଆଖି ବୁଜିଲେ ସୁଲୋଚନା, ଅଞ୍ଚଳରେ ଶୋକର ଛାୟା

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ କୁଟୁନିଆଁ ପଂଚାୟତ ରେ 1947ମସିହାରେ ଜନ୍ମ ହୋଇଥିଲେ ଏହି ମହିୟସୀ ମହିଳା ସୁଲୋଚନା,ପିଲାଟି ବେଳରୁ ସେଇ ହସହସ ମୁହଁ ସମସ୍ତଙ୍କୁ ନିଜର କରି ନେଉଥିଲା. ଗାଁର ଉର୍ନତି ଓ ମହିଳା ମାନଙ୍କର ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ କରିବା ପାଇଁ ଅନେକ ଚେଷ୍ଟା କରି ସଫଳ ମଧ୍ୟ ହୋଇଥିଲେ.. କିଛିଦିନ ପରେ ଓଡିଶା ଛାଡି ସୁଦୂର ଛତ୍ରୀଶିଗଡ଼ ର ରାଜଧାନୀ ରାଇପୁର କୁ ଯାଇ ସେଠାରେ ମଧ୍ୟ ନିଜ କାମ ଜାରି ରଖିଥିଲେ.. ଓଡିଶା ରୁ ଯାଇ ରାଇପୁର ଥିବା ଅନେକ ଓଡ଼ିଆ ପରିବାର ଙ୍କ ସହିତ ତାଙ୍କର ଘନିଷ୍ଟତା ଥିଲା. ସମସ୍ତେ ତାଙ୍କୁ ମାଉସୀ ବୋଲି ସମ୍ବୋଧନ କରୁଥିଲେ. ମାତ୍ର 79ବୟସରେ ସମସ୍ତଙ୍କୁ ଛାଡି ବିଦାୟ ନେଇଛନ୍ତି. ମୃତ୍ୟୁ ସମୟରେ ଦୁଇ ପୁଅ ଦୁଇ ବୋହୁ,ନାତି ନାତୁଣୀ ଓ ଅନେକ ଓଡ଼ିଆ ପରିବାର ଓ ବନ୍ଧୁବାନ୍ଧବ ଉପସ୍ଥିତ ହୋଇ ଶେଷକୃତ୍ୟ କରିଥିଲେ. ଏହି ଖବର ଗାଁ ରେ ପହଁଚିଲା ପରେ ସମସ୍ତେ ଅମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଥିଲେ..

Leave a Reply

Your email address will not be published. Required fields are marked *