ରେଳଧାରଣାରେ ଅଚିହ୍ନା ଲୋକର ଶବ
ତାଳଚେର, ୧୨/୧୦ ତାଳଚେର ବ୍ଲକ ଅନ୍ତର୍ଗତ ଘଂଟପଡ଼ା ଓଭରବ୍ରିଜ ରେଳଧାରଣାରେ ଆଜି ଜଣେ ଅଚିହ୍ନା ଲୋକ ଟ୍ରେନରେ କଟି ପେଟ ଠାରୁ ଅଂଟା ଅଲଗା ହୋଇଥିବା ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ସେ ପିନ୍ଧିଥିବା ପୋଷାକ ଜଣା ପଡ଼ୁଛି ଯେ, ଜଣେ ଖଣି କର୍ମଚାରୀ । ଏହି ଘଟଣା ପ୍ରଚାରିତ ହେବାପରେ ସେଠାକୁ ଲୋକଙ୍କ ସୂଅ ଛୁଟିଥିଲା । ପାରିପାର୍ଶ୍ୱିକ ପରିସ୍ଥିତିକୁ ଅନୁଧ୍ୟାନ କଲେ ଜଣାପଡ଼େ ଯେ, ସେ କୌଣସି କାରଣରୁ ଓ କାହିଁକି ସେଠାକୁ ଯାଇଥିଲେ ଓ ତାଙ୍କର ସେଠାରେ ଟ୍ରେନରେ କଟି ମୃତ୍ୟୁ ନା ଏହା ଆତ୍ମହତ୍ୟା ତାକୁ ନେଇ ବିଭିନ୍ନ ପ୍ରଶ୍ନ ଉଙ୍କି ମାରୁଛି । ଏସମ୍ପର୍କରେ ରେଳବାଇ କର୍ତୁପକ୍ଷଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ଘଟଣା ସ୍ଥଳରେ ପୋଲିସ ପଂହଚି ଶବକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ଡ଼ାକ୍ତରଖାନାକୁ ପଠାଇଥିବା ଜଣାପଡ଼ିଛି ।
