Spread the love

ସମସ୍ତ ସରକାରୀ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକମାନଙ୍କ ନିଯୁକ୍ତି ପ୍ରଣାଳୀ ଓ ସେବା ସର୍ତ୍ତାବଳୀକୁ ନିୟନ୍ତ୍ରିତ କରିବା ନିମନ୍ତେ ନୂତନ ନିୟମାବଳୀ— “ଓଡ଼ିଶା ମାଧ୍ୟମିକ ଶିକ୍ଷା (ନିଯୁକ୍ତି ପ୍ରଣାଳୀ ଓ ସେବା ସର୍ତ୍ତାବଳୀ) ନିୟମାବଳୀ, ୨୦୨୬” ର ପ୍ରଣୟନ।
​ମାଧ୍ୟମିକ ଶିକ୍ଷକମାନଙ୍କ ପାଇଁ ପ୍ରଚଳିତ ନିୟମାବଳୀରେ ଥିବା ସେବା ସମ୍ବନ୍ଧୀୟ ଅସଙ୍ଗତିଗୁଡ଼ିକର ସମାଧାନ କରିବା, ନିଯୁକ୍ତି ମାନଦଣ୍ଡକୁ ସମସାମୟିକ ମାନକ ସହିତ ସାମଞ୍ଜସ୍ୟ ରଖିବା, ଏକ ସମାନ ରାଜ୍ୟସ୍ତରୀୟ କ୍ୟାଡର ସୋପାନ ପ୍ରତିଷ୍ଠା କରିବା ଏବଂ ହିନ୍ଦୀ ଓ ସଂସ୍କୃତ ଶିକ୍ଷକମାନଙ୍କୁ ପଦୋନ୍ନତିର ସୁବିଧା ସହିତ ରାଜ୍ୟ କ୍ୟାଡର ମାନ୍ୟତା ପ୍ରଦାନ କରିବା ଉଦ୍ଦେଶ୍ୟରେ, ପୂର୍ବ ପ୍ରଚଳିତ “ଓଡ଼ିଶା ଅଧସ୍ତନ ଶିକ୍ଷା (ନିଯୁକ୍ତି ପ୍ରଣାଳୀ ଓ ସେବା ସର୍ତ୍ତାବଳୀ) ନିୟମାବଳୀ, ୧୯୯୩” ପରିବର୍ତ୍ତେ ନୂତନ “ଓଡ଼ିଶା ମାଧ୍ୟମିକ ଶିକ୍ଷା (ନିଯୁକ୍ତି ପ୍ରଣାଳୀ ଓ ସେବା ସର୍ତ୍ତାବଳୀ) ନିୟମାବଳୀ, ୨୦୨୬” କୁ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି।

Leave a Reply

Your email address will not be published. Required fields are marked *