Spread the love

 

“OSCMF Ltd. ଏବଂ OSSC Ltd. ପାଇଁ କର୍ପସ୍ ପାଣ୍ଠି” ଯୋଜନାକୁ ଅନୁମୋଦନ

ରାଜ୍ୟ କ୍ୟାବିନେଟ୍ ଆଜି ଆର୍ଥିକ ବର୍ଷ ୨୦୨୬-୨୭ ରୁ ୨୦୨୯-୩୦ ପର୍ଯ୍ୟନ୍ତ ଚାରି ବର୍ଷ ଅବଧି ପାଇଁ ୧୩୬୦.୦୦ କୋଟି ଟଙ୍କାର ଆର୍ଥିକ ବ୍ୟୟବରାଦ ସହିତ ରାଜ୍ୟ କ୍ଷେତ୍ର ଯୋଜନା “OSCMF Ltd. ଏବଂ OSSC Ltd. ପାଇଁ କର୍ପସ୍ ପାଣ୍ଠି”କୁ ଅନୁମୋଦନ କରିଛନ୍ତି। ଏହି ପ୍ରସ୍ତାବିତ ବ୍ୟୟବରାଦ ମଧ୍ୟରେ OSCMF Ltd. ପାଇଁ ୯୬୦.୦୦ କୋଟି ଟଙ୍କା ଏବଂ OSSC Ltd. ପାଇଁ ୪୦୦.୦୦ କୋଟି ଟଙ୍କା ଅନ୍ତର୍ଭୁକ୍ତ ରହିଛି।

ସମଗ୍ର ରାଜ୍ୟରେ ଯଥାକ୍ରମେ ସାର ଏବଂ ଗୁଣାତ୍ମକ ମାନର ବିହନ ସମୟୋଚିତ ଭାବେ ଉପଲବ୍ଧ କରାଇବା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ OSCMF Ltd. ଏବଂ OSSC Ltd. କୁ ସୁଧମୁକ୍ତ ଘୂର୍ଣ୍ଣାୟମାନ (revolving) କର୍ପସ୍ ପାଣ୍ଠି ପ୍ରଦାନ କରିବା ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ। ଏହାଦ୍ୱାରା କୃଷି ଉପକରଣଗୁଡ଼ିକର ଅଗ୍ରିମ କ୍ରୟ ତଥା ପୂର୍ବ-ମହଜୁଦ ରଖିବା ସମ୍ଭବ ହେବ ଏବଂ ବିହନ ଉତ୍ପାଦକ ତଥା ଯୋଗାଣକାରୀମାନଙ୍କୁ ସମୟୋଚିତ ଦେୟ ପୈଠ କରାଯାଇପାରିବ, ଯାହା ଫଳରେ ଚାଷୀମାନଙ୍କୁ ସୁଲଭ ମୂଲ୍ୟରେ ନିରବଚ୍ଛିନ୍ନ ସାର ଯୋଗାଣ ସୁନିଶ୍ଚିତ ହେବ, କୃଷି ଉତ୍ପାଦନ ବୃଦ୍ଧି ପାଇବ ଏବଂ ରାଜ୍ୟରେ ଖାଦ୍ୟ ନିରାପତ୍ତା ସୁଦୃଢ଼ ହେବ।

Leave a Reply

Your email address will not be published. Required fields are marked *