ସ୍ତ୍ରୀ ହତ୍ୟାକରୀକୁ ଆଜୀବନ କାରାଦଣ୍ଡ
ତାଳଚେର, ୧୪/୧୦ ନିଜ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ମାମଲାରେ ଅଭିଯୁକ୍ତ ସ୍ୱାମୀକୁ ତାଳଚେର ଜିଲ୍ଳା ଦୌରାଜଜ୍ ମାନ୍ୟବର ସତ୍ୟନାରାୟଣ କର ସ୍ୱାମୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଅଭିଯୁକ୍ତ ସ୍ୱାମୀ ତାଳଚେର ଥାନା ଅନ୍ତର୍ଗତ ନରହରିପୁର ବଙ୍ଗାଳୀତୈଳା ଗ୍ରାମର ଜୀବନ ବେହେରା ପାରିବାରିକ କଳହକୁ କେନ୍ଦ୍ରକରି ନିଜ ସ୍ତ୍ରୀ ହୀନ ବେହେରାକୁ ଟାଙ୍ଗିଆରେ ହାଣି ଗଣ୍ଡିମୁଣ୍ଡ ଅଲଗା କରି ଏକ ଜରିବସ୍ତାରେ ଭର୍ତି କରି ରଖିଥିଲା । ତାର ପୁତ୍ର ମହେଶ୍ୱର ବେହେରାଙ୍କ ଅଭିଯୋଗ ଅନୁଯାୟୀ ତାଳଚେର ଥାନାରେ ୦୪/୦୬/୨୦୨୧ରେ ଏକ କେସ୍ ରୁଜୁ କରାଯାଇ ଡ଼ିଆର କେସ୍ ନଂ-୧୦୨୫/୨୧ ଦଫା ୩୦୨/୨୦୧ ଆଧାରରେ ଚାର୍ଜସିଟ୍ ଦାଖଲ ହୋଇଥିଲା । ମାନ୍ୟବର ଅଦାଲତ ସମସ୍ତ ପ୍ରମାଣ ସାଖୀଙ୍କର ବୟାନ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରି ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ଦେଇଛନ୍ତି । ଏହି ମକଦ୍ଦମାକୁ ସରକାରୀ ଓକିଲ ଗଦାଧର ମୁର୍ମୁ ଓ ଅର୍ଜୁନ ଭୂତିଆ ପରିଚାଳନା କରିଥିଲେ ।
