Warning : Attempt to read property "post_excerpt" on null in
/home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line
116
ନବନିର୍ମାଣ କୃଷକ ସଂଗଠନ ତରଫରୁ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ କଳା ପତାକା ପ୍ରଦର୍ଶନ
(ଜେ ବି ଏନ /ସୁବ୍ରତ କୁମାର) ୧୬/୧୨/୨୦୨୦ ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ନବ ନିର୍ମାଣ କୃଷକ ସଂଗଠନ ତରଫରୁ ଜିଲ୍ଲା ସଭାପତି ବିପ୍ରବର ସାହୁ ଙ୍କ ନେତୃତ୍ଵରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ କୃଷକଙ୍କ ପାଇଁ ଆଣିଥିବା କୃଷି ବିଲ୍ କୁ ବିରୋଧ କରି ନାରାବାଜି ସହିତ କଳା ପତାକା ପ୍ରଦର୍ଶନ କରିଥିଲେ। ଜିଲ୍ଲା ଉପଦେଷ୍ଟା କୈଳାସ ଚନ୍ଦ୍ର ରାଉତ, ଜିଲ୍ଲା ସହ ସଂଯୋଜକ ପ୍ରହ୍ଲାଦ ସାହୁ ଓଡ଼ାପଡ଼ା ବ୍ଲକ ସଂଯୋଜକ ସୁଧାକର ପରିଡା, ହିନ୍ଦୋଳ ବ୍ଲକ ସଂଯୋଜକ ଗୌରଚନ୍ଦ୍ର ନାୟକ, ସହ ସଂଯୋଜକ ବିମ୍ବାଧର ନାୟକ, ସଦର ବ୍ଲକ ସଂଯୋଜକ ନକୁଳ ରାଉତ, ବିମଳ ନାଏକ, ଅଭିମନ୍ୟୁ ନାଏକ ପ୍ରମୁଖ ନେତୃତ୍ଵ ମାନେ କାର୍ଯ୍ୟ ପରିଚାଳନା କରିଥିଲେ। କୃଷି ଆଇନ୍ ସମ୍ପୂର୍ଣ୍ଣ ବାତିଲ୍ କରିବା ପାଇଁ ନାରାବାଜି କରିଥିଲେ ଏବଂ ଏହାର ତୀବ୍ର ବିରୋଧ କରାଯାଇଥିଲା। ଆଧିକାଂଶ ଚାଷୀ ମଧ୍ୟ ଏହାକୁ ବିରୋଧ କରିଥିଲେ।
Post Views: 17
Post navigation