ଡ. ଦାଶରଥି ମିଶ୍ର ଉଚ୍ଚ ବିଦ୍ୟାଳୟରେ ଫିଟ୍ ଇଣ୍ଡିଆ ସ୍କୁଲ ଉଇକ ପାଳିତ

ଜେ ବି. ଏନ୍, (୨୬/୧୨ /୨୦୨୦),
ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲା ପୌରାଞ୍ଚଳରେ ଅବସ୍ଥିତ ଡ. ଦାଶରଥି ମିଶ୍ର ଉଚ୍ଚ ବିଦ୍ୟାଳୟରେ ଫିଟ୍ ଇଣ୍ଡିଆ ସ୍କୁଲ ଉଇକ ର୍ ଆକ୍ଟିଭିଷ୍ଟଯ ଗୁଡିକ ତା. ୨୧/୧୨ /୨୦୨୦ ରୁ ଆରମ୍ଭ ହୋଇ ତା. ୨୬ /୧୨ /୨୦୨୦ ରେ ଶେଷ ହୋଇଛି। ଏହି ସପ୍ତାହ ଉପଲକ୍ଷେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ପିଲା ମାନେ, ଅଭିଭାବକ ମାନେ ଭାଗ ନେଇଥିଲେ। ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯୋଗ ରେ ଅଂଶ ଗ୍ରହଣ କରିବା ସଙ୍ଗେ ସଙ୍ଗେ ରୋପ ସ୍କିପିଙ୍ଗ୍ ରେ ଭାଗ ନେଇଥିଲେ। ପିଲା ମାନଙ୍କ ମଧ୍ୟରେ ଡାଏଟ ଏବଂ ନ୍ୟୁଟ୍ରିସନ୍ ଉପରେ ବକ୍ତୃତା ପ୍ରତିଯୋଗୀତା ହୋଇଥିଲା।

ଏଥିରେ ଅଭିଜିତ ପାତ୍ର ଓ ବିଶ୍ନୁପ୍ରିୟା ସାହୁଙ୍କୁ ପ୍ରୋସାହନ ସ୍ଵରୂପ ପୁରସ୍କୃତ କରାଯାଇଥିଲା। ସେହିଭଲି ଦେବସ୍ମୀତା ନାଥ ଓ ବିଷ୍ଣୁ ପ୍ରିୟା ସାହୁ ଚେରୀ ଖେଳ ପ୍ରଦର୍ଶନ କରିଥିଲେ। ଅଭିଜିତ ପାତ୍ର ଓ ବିଶ୍ନୁପ୍ରିୟା ସାହୁ ଫିଟ୍ ଇଣ୍ଡିଆ ଉପରେ ରଚନା ଲେଖିଥିଲେ। ଏହି ସବୁ କାର୍ଯ୍ୟକ୍ରମ ଅନଲାଇନ ସହିତ ଅଫଲାଇନ ରେ କରାଯାଇଥିଲା। ପିଲା ମାନେ କୋଭିଡ ଗାଇଡ୍ ଲାଇନ ପାଳନ ପୂର୍ବକ ସମସ୍ତ କାର୍ଯ୍ୟକ୍ରମରେ ଭାଗ ନେଇ କାର୍ଯ୍ୟକ୍ରମ ଟି କୁ ସଫଳ କରିବାରେ ସାହାଯ୍ୟ କରିଥିଲେ। ପି. ଇ. ଟି. (ଖେଳ) ଶିକ୍ଷକ ରସା ନନ୍ଦ ପ୍ରଧାନ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଓ ପ୍ରଧାନ ଶିକ୍ଷକ ଅଞ୍ଜନା ମିଶ୍ର ତତ୍ତ୍ବାବଧାନରେ ସମସ୍ତ କାର୍ଯ୍ୟ ପରିଚାଳିତ କରିଯାଇଥିଲା।




