Spread the love

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା: ନବରଙ୍ଗପୁର ପ୍ରାଣୀଧନ ନିରୀକ୍ଷକ ପ୍ରଫୁଲ୍ଲ ହାଲଦାର ଗିରଫ
କଟକ, ୧୭ ଅକ୍ଟୋବର:
ନବରଙ୍ଗପୁର ମୁଖ୍ୟ ଜିଲ୍ଲା ପଶୁ ଚିକିତ୍ସା ଅଧିକାରୀ (CDVO) କାର୍ଯ୍ୟାଳୟର ପ୍ରାଣୀଧନ ନିରୀକ୍ଷକ (LI) ପ୍ରଫୁଲ୍ଲ ହାଲଦାରଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ଆଉ ଏକ ନୂଆ ମାମଲା ରୁଜୁ କରି ଆଜି ତାଙ୍କୁ ଗିରଫ କରିଛି। ତାଙ୍କ ନିକଟରେ ଜ୍ଞାତ ଆୟଠାରୁ ୧୨୧ ପ୍ରତିଶତ ଅଧିକ ବେଆଇନ ସମ୍ପତ୍ତି ଥିବା ତଦନ୍ତରୁ ଜଣାପଡ଼ିଛି।
ଏହି ଘଟଣାରେ କୋରାପୁଟ ଭିଜିଲାନ୍ସ ଥାନାରେ ଭ୍ରଷ୍ଟାଚାର ନିବାରଣ ଆଇନ (ସଂଶୋଧନ) ୨୦୧୮ ଅନୁଯାୟୀ କେସ୍ ନମ୍ବର ୨୨/୨୦୨୬ ରୁଜୁ କରାଯାଇ ଶ୍ରୀ ହାଲଦାରଙ୍କୁ ଜୟପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଛି। ସୂଚନାଯୋଗ୍ୟ ଯେ, ଗତ ଜୁନ୍ ୨୬ ତାରିଖରେ ରାଜ୍ୟ ସରକାରଙ୍କ ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’ର ସବସିଡି ଟଙ୍କା ଛାଡ଼ିବା ପାଇଁ ୮୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ ପୂର୍ବରୁ ଧରାପଡ଼ି ଜେଲ୍ ଯାଇଥିଲେ। ସେହି ସମୟରେ ହୋଇଥିବା ଚଢ଼ାଉ ଓ ତଦନ୍ତ ପରେ ଏହି ବିପୁଳ ଆୟ ବହିର୍ଭୂତ ସମ୍ପତ୍ତି ଠାବ ହୋଇଛି।

Leave a Reply

Your email address will not be published. Required fields are marked *