Spread the love

ବିଜୟା ଦଶମୀର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ
ସାରା ଦେଶରେ ଧୁମଧାମରେ ପାଳନ ହେଉଛି ଦଶହରା । ଏଥିପାଇଁ ଗାଁରୁ ସହର ଉତ୍ସବ ମୁଖର । ତେବେ ପବିତ୍ର ବିଜୟା ଦଶମୀ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବିଜୟାଦଶମୀରେ ନାଗରିକ ସମାଜପ୍ରତି ସେମାନଙ୍କ କର୍ତ୍ତବ୍ୟ ପାଳନ କରିବା ସହ ଏକ ସୁନ୍ଦର ସମାଜ ଗଢିବା ନେଇ ଆହ୍ୱାନ କରିଛନ୍ତି।
ରାଷ୍ଟ୍ରପତି ଭବନରୁ ଜାରି ହୋଇଥିବା ଶୁଭେଚ୍ଛା ପତ୍ରରେ ସେ କହିଛନ୍ତି ଯେ, ଦେଶବାସୀ ତଥା ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ ଦଶହରାର ଅନେକ ଅନେକ ଶୁଭେଚ୍ଛା । ବିଜୟାଦଶମୀ ହେଉଛି ଅଧର୍ମ ଉପରେ ଧର୍ମର ବିଜୟ । ଏହି ଦିନରେ ମହତ୍ତ୍ୱ ରହିଛି । ଏହି ଦିନ ଶ୍ରୀରାମଙ୍କ ଦ୍ୱାରା ଅସତ୍ୟ ଉପରେ ସତ୍ୟ ଏବଂ ଅଧର୍ମ ଉପେ ଧର୍ମର ବିଜୟ ହୋଇଥିଲା ।
ଏହାସହ ରାଷ୍ଟ୍ରପତି କହିଛନ୍ତି ଯେ, ଭାରତୟ ସଂସ୍କୃତିର ମୂଳ ହେଉଛି ଦାୟିତ୍ୱ ଏହଂ କର୍ତ୍ତବ୍ୟପାଳନ । ଏହି ଅବସରରେ ସମସ୍ତେ ଏକ ସୁନ୍ଦର ସମାଜ ଗଠନରେ ସମସ୍ତେ ଆଗଭର ହେବା ଆବଶ୍ୟକ । ଯାହା ଦ୍ୱାରା ବିକଶିତ ଭାରତ ସମ୍ଭବ ହୋଇପାରିବ । ଏହାସହ ସେସମସ୍ତ ନାଗରିକଙ୍କ ସୁଖ ଏବଂ ସମୃଦ୍ଧି କାମନା କରିଛନ୍ତି ।

Leave a Reply

Your email address will not be published. Required fields are marked *