ବିମଳ ବେହେରା ରାଜ୍ୟ ଯୁବ କଂଗ୍ରେସର ନୂତନ ଉପ-ସଭାପତି

ଜେ ବି ଏନ୍,୨୬/୧୨/୨୦୨୦(ରିପୋର୍ଟ ଚୈତନ୍ୟ ସାହୁ), ଅନୁଗୋଳ: ଓଡିଶା ପ୍ରଦେଶ ଯୁବ କଂଗ୍ରେସ ତରଫରୁ ନୂତନ କର୍ମକର୍ତ୍ତା ଘୋଷଣା କରାଯାଇଅଛି। ଯୁବନେତା ବିମଳ ବେହେରାଙ୍କୁ ବରିଷ୍ଠ ଉପସଭାପତି ଦାୟିତ୍ଵ ଓଡିଶା ଯୁବ କଂଗ୍ରେସ ପ୍ରଭାରୀ ପ୍ରତିଭା ରଘୁବଂଶୀଙ୍କୁ ଅନୁମୋଦନ କ୍ରମେ ରାଜ୍ୟ ଯୁବ କଂଗ୍ରେସ ସଭାପତି ଡଃ. ସ୍ମୃତିରଞ୍ଜନ ଲେଙ୍କା ଘୋଷଣା କରିଛନ୍ତି। ପୂର୍ବରୁ ଛାତ୍ର ଯୁବ କଂଗ୍ରେସ ରାଜନୀତିରେ ସକ୍ରିୟ ଥିବା ଶ୍ରୀ ବିମଳ ବେହେରା ଯୁବ ଏବଂ ଛାତ୍ର କଂଗ୍ରେସର ବହୁ ପଦ ପଦବୀରେ ନିଜ ଦକ୍ଷତା ପ୍ରମାଣିତ କରିସାରିଛନ୍ତି। ଆଗାମୀ ଦିନରେ ଢେଙ୍କାନାଳ ଓ ଅନୁଗୋଳ ର ସମସ୍ତ ବିଧାନସଭାରେ ଗ୍ରସ୍ତ କରି ତୃଣମୂଳ ସ୍ତରରେ ସଂଗଠନକୁ ସୁଦୃଢ଼ କରିବା ସହିତ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ବିରୋଧରେ ଜନ ଆନ୍ଦୋଳନ କୁ ତୀବ୍ର କରିବାରେ ଦୃଢୋକ୍ତି ପ୍ରକାଶ କରାଯାଇଅଛି। ଉକ୍ତ ଦାୟିତ୍ଵ ପ୍ରଦାନ କରିଥିବାରୁ ଶ୍ରୀ ରାହୁଲ ଗାନ୍ଧୀ ଯୁବ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ବି.ଭି. ଶ୍ରୀନିବାସ, ଓଡିଶା ପ୍ରଭାରୀ ପ୍ରତିଭା ରଘୁବଂଶୀ ଓ ରିଆଜୁଲ ଅହମ୍ମଦ ଅଖିଳ ଭାରତୀୟ କଂଗ୍ରେସ କମିଟି ସମ୍ପାଦକ ଡଃ ବିଶ୍ୱରଞ୍ଜନ ମହାନ୍ତି, ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡଃ ସ୍ମୃତିରଞ୍ଜନ ଲେଙ୍କାଙ୍କ ନିକଟରେ ଶ୍ରୀ ବେହେରା କୃତଜ୍ଞତା ଜ୍ଞାପନ କରିଛନ୍ତି।



