Spread the love

କେନ୍ଦୁଝରଜିଲ୍ଲାରେ ବୈତରଣୀ ନଦୀରୁ ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର ଜିଲ୍ଲାରେ ବୈତରଣୀ ନଦୀରୁ ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର। କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ଗୁରୁବେଡା ସ୍ଥିତ ବୈତରଣୀ ନଦୀରେ ସାଙ୍ଗ ମାନଙ୍କ ସହିତ ଗାଧୋଇବା ବେଳେ ଗୋଡ଼ ଖସି ଯିବାରୁ ନଦୀରେ ବୁଡି ଜଣେ ବ୍ୟକ୍ତି ନିଖୋଜ ଥିଲା ନିଖୋଜ ଯୁବକ ହେଲେ ଜୁରୁଡି ପେଣ୍ଠେଇ ବସ୍ତିର ସନାତନ ପେଣ୍ଠେଇ ଦିନ ପ୍ରାୟ ୨ ଟା ବେଳେ ଜୁରୁଡି ପେଣ୍ଠେଇ ବସ୍ତିର ୬ଜଣ ଯୁବକ ଗୁରୁବେଡ଼ା ସ୍ଥିତ ବୈତରଣୀ ନଦୀ ପଯ୍ୟଟନ ସ୍ଥଳୀକୁ ଯାଇଥିଲେ । ସେଠାରେ ସମସ୍ତେ ଗାଧୋଇବା ସମୟରେ ସନାତନଙ୍କ ଗୋଡ ଖସି ଯିବାରୁ କିଛି ଦୂର ପର୍ଯ୍ୟନ୍ତ ସେ ଭାସିଯାଇଥିଲେ । ଏହି ସମୟରେ ତାଙ୍କୁ ଉଦ୍ଧାର କରିବା ପାଇଁ ସାଙ୍ଗ ମାନେ ବହୁଚେଷ୍ଟା ପରେ ମଧ୍ୟ ଉଦ୍ଧାର କରିବାରେ ବିଫଳ ହୋଇଥିଲେ ଓ ପରବର୍ତ୍ତୀ ସମୟରେ ସେ ବୁଡି ଯାଇ ନିଖୋଜ ହୋଇଯାଇଥିବା ପ୍ରତ୍ୟକ୍ଷଦର୍ଶୀ ମାନେ ପ୍ରକାଶ କରିଛନ୍ତି । ଏନେଇ ବାମେବାରୀ ପୋଲିସକୁ ଖବର ଦେବା ପରେ ପୋଲିସ ଅଗ୍ନିଶମ ବାହିନୀ ସହିତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା ସୁଦ୍ଧା କୌଣସି ସନ୍ଧାନ ପାଇନଥିଲେ ନିଖୋଜ ଯୁବକର ଶବ ଭାସୁଥିବା ଦେଖି ପୁଲିସକୁ ସ୍ଥାନିୟ ଲୋକ ଖବର କରିଥଲେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୂର୍ତ୍ତି ଦେହକୁ ଉଦ୍ଧାର କରି ଥିଲା ସେହି ସମାନ ସ୍ଥାନରେ ଆଉଜଣେ ଅଜଣା ଯୁବକର ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତ ଦେହକୁ ଉଦ୍ଧାର କରିଛି ବାମେବାରି ପୋଲିସ ଓ ଏ ସଂକ୍ରାନ୍ତରେ ଅଧିକ ତଦନ୍ତ ଚଳାଇଥିବା ନେଇ ସୂଚନା।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *