OUSSSC ପକ୍ଷରୁ ୭,୨୬୮ ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ
କନଷ୍ଟେବଳଠାରୁ ଅଗ୍ନିଶମ କର୍ମଚାରୀ ଓ ଡ୍ରାଇଭର ପଦବୀରେ ହେବ ନିଯୁକ୍ତି
ଭୁବନେଶ୍ୱର, ୨୩ ଅକ୍ଟୋବର ୨୦୨୬: ରାଜ୍ୟରେ ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ। ଓଡ଼ିଶା ୟୁନିଫର୍ମଡ୍ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ କମିଶନ (OUSSSC) ପକ୍ଷରୁ ମିଳିତ ୟୁନିଫର୍ମଡ୍ ସେବା (ସ୍ନାତକ ଡିଗ୍ରୀଠାରୁ ନିମ୍ନ ସ୍ତର) ପରୀକ୍ଷା-୨୦୨୬ ଅଧୀନରେ ମୋଟ ୭,୨୬୮ଟି ଖାଲି ପଦବୀ ପୂରଣ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି।
ଆୟୋଗଙ୍କ ବିଜ୍ଞପ୍ତି ସଂଖ୍ୟା ୦୧-CRE-୨୦୨୬/OUSSSC, ତାରିଖ ୨୩ ଅକ୍ଟୋବର ୨୦୨୬ ଅନୁଯାୟୀ, ବିଭିନ୍ନ ବିଭାଗରେ ଏହି ନିଯୁକ୍ତି କରାଯିବ।
ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, କନଷ୍ଟେବଳ (ସିଭିଲ୍), କନଷ୍ଟେବଳ (କମ୍ୟୁନିକେସନ୍), କନଷ୍ଟେବଳ (ଓଡ଼ିଶା ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ-OISF), ଅଗ୍ନିଶମ କର୍ମଚାରୀ, ଅଗ୍ନିଶମ ଗାଡ଼ି ଚାଳକ, ପୋଲିସ ମୋଟର ପରିବହନ ବିଭାଗର ଡ୍ରାଇଭର ଏବଂ ଟ୍ରାଫିକ୍ କନଷ୍ଟେବଳ ଆଦି ପଦବୀରେ ନିଯୁକ୍ତି ଦିଆଯିବ।
ଏହି ନିଯୁକ୍ତି ପାଇଁ ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା, ବୟସ ସୀମା, ପଦବୀଭିତ୍ତିକ ଖାଲି ସ୍ଥାନ, ଚୟନ ପ୍ରକ୍ରିୟା, ପରୀକ୍ଷା ପଦ୍ଧତି ଏବଂ ଅନଲାଇନ୍ ଆବେଦନର ସମୟସୂଚୀ ସମ୍ପର୍କରେ ସବିଶେଷ ତଥ୍ୟ ପାଇଁ ଆଶାୟୀ ପ୍ରାର୍ଥୀମାନେ ଆୟୋଗଙ୍କ ଅଫିସିଆଲ୍ ୱେବସାଇଟ୍ https://ousssc.odisha.gov.in ପରିଦର୍ଶନ କରିବାକୁ ପରାମର୍ଶ ଦିଆଯାଇଛି।
ତେବେ ଆବେଦନ ଆରମ୍ଭ ଓ ଶେଷ ତାରିଖ ସମେତ ଅନ୍ୟାନ୍ୟ ସର୍ତ୍ତାବଳୀ ଜାଣିବା ପାଇଁ ପ୍ରାର୍ଥୀମାନେ ମୂଳ ବିଜ୍ଞପ୍ତିକୁ ଭଲଭାବେ ଯାଞ୍ଚ କରିବା ଆବଶ୍ୟକ।
