Spread the love

ତାଳଚେର ରେ ସୌଭାଗ୍ୟଚନ୍ଦ୍ର ଦେବ ସ୍ମୃତିବାର୍ଷିକ ପାଇକ ମହାସଭା ଅନୁଷ୍ଠିତ


ତାଳଚେର, ୨୩/୧୦ ଆଜି ତାଳଚେର ରାଜପ୍ରସାଦ ଠାରେ ରାଜା ସୌଭାଗ୍ୟଚନ୍ଦ୍ର ଦେବ ସ୍ମୃତି ବାର୍ଷିକ ପାଇକ ମହାସଭା ଅନୁଷ୍ଠିତହୋଇଯାଇଛି ତାଳଚେର ଏବଂ ନିକଟବର୍ତି ଗ୍ରାମ ଗୁଡ଼ିକ ଯଥା ବୁଢ଼ପଙ୍କ, ସନ୍ଥପଡ଼ା, ଗୋପାଳପ୍ରସାଦ, କିଶୋରୀପାଳ, କଙ୍କିଳି, ରେଙ୍ଗାଳୀ, ବଜ୍ରକୋଟ, ଡ଼େରେଙ୍ଗ, କୁଲେଇ, ସୁଲେଇପାଳ, ଝୁଲାଖୁଂଟିଆ, ପୁରୁଣାଗଡ଼ ଏବଂ ସରଧାପୁରରୁ ପ୍ରାୟ ୧୫ଟି ପାଇକଦଳ ସକାଳ ୧୦ଘଟିକା ସମୟରେ ତାଳଚେର ଫାଷ୍ଟଗେଟ ଠାରେ ଏକତ୍ରିତ ହୋଇ ସେଠାରୁ ଏହି ଦଳ ଗୁଡ଼ିକ ନିଜର ପାରମ୍ପାରିକ, କଳା, କୌଶଳ ଓ ଶୃଙ୍ଖଳା ପ୍ରଦର୍ଶନ ପୂର୍ବକ ଶୋଭାଯାତ୍ରାରେ ସହର ପରିକ୍ରମା କରି ତାଳଚେର ରାଜପ୍ରସାଦରେ ପଂହଚିଥିଲେ ।

ଏହି କାର୍ଯ୍ୟକ୍ରମରେ ଢେ଼ଙ୍କାନାଳ ର ପୂର୍ବତନ ସାଂସଦ ମହେଶ ସାହୁ ମୂଖ୍ୟ ଅତିଥି ଭାବେ ଯୋଗଦେଇ ପାଇକ ମାନଙ୍କ ବିରତ୍ୱ ଓ ଯୁଦ୍ଧ ଶୈଳୀ କୁ ମନେ ପକାଇ ଆଜିର ପିଢ଼ି ଏହାକୁ ବଜାୟ ରଖିବାକୁ କହିଥିଲେ ଏଥିରେ ଆୟାଯୋକ ତାଳଚେର ରାଜା ବିଜେନ୍ଦ୍ର ଚନ୍ଦ୍ର ଦେବ, ରାଣୀ ପ୍ରିୟମ୍ବଦା ସିଂହ, ରାଜାମାତା ପୁଷ୍ପା କୁମାରୀ ଦେବୀ, ଯୋଗ ଦେଇଥିଲା ବେଳେ ସମ୍ମାନୀତ ଅତିଥି ଭାବେ ବିଜେପି ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ । ଏହି ପାଇକ ଆଖଡ଼ାର ଯୁଦ୍ଧ, କଳା ଓ ନୃତ୍ୟ ଶୈଳୀକୁ ସଂରକ୍ଷଣ ତଥା ପୂରାତନ କୀର୍ତି ରାଜିର ପ୍ରଚାର ପ୍ରସାର କରିବା ଏବଂ ଯୁବପିଢ଼ୀକୁ ଏହି ପରମ୍ପରାକୁ ଆଗକୁ ବଢ଼ାଇବା ଓ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ସମାରୋହ ଆୟୋଜିତ କରାଯାଇଥିଲା ବୋଲି ରାଜାସାହେବ ଏହା କହିଛନ୍ତି ।

ବିଶେଷ କରି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ହିଙ୍ଗୁଳା ମଧ୍ୟ ଗୋପାଳ ପ୍ରସାଦ ଠାରୁ ବାହାରି ରାଜପ୍ରସାଦରେ ପଂହଚିଥିଲେ ବୋଲି ରାଜା ସୂଚନା ଦେଇଛନ୍ତି । ଏହି ପାଇକ ଆଖଡ଼ାକୁ ଦେଖିବାକୁ ବହୁ ଦୂର ଦୂରାନ୍ତରରୁ ରାଜପ୍ରସାଦ ଠାରେ ଲୋକଙ୍କର ଭିଡ଼ ଜମିଥିଲା ।

Leave a Reply

Your email address will not be published. Required fields are marked *