ଏସ୍ୟୁସିଆଇ କମ୍ୟୁନିଷ୍ଟ ପାର୍ଟିର ୧୪ଦଫା ନେଇ ବିକ୍ଷୋଭ
ଢେଙ୍କାନାଳ, ୨୩/୧୦: ଏସ୍ୟୁସିଆଇ କମ୍ୟୁନିଷ୍ଟ ପାର୍ଟିର ୧୪ ଦଫା ନେଇ ବାଜିଚୌକ ଛକ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ପ୍ରଦର୍ଶନ ସହିତ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି ।
ଢେଙ୍କାନାଳ ମୁଖ୍ୟ ମେଡିକାଲ୍କୁ ମେଡିକାଲ୍ କଲେଜ୍ ପ୍ରତିଷ୍ଠା କରିବା, ଢେଙ୍କାନାଳ ଓ କାମାକ୍ଷାନଗର ମେଡିକାଲ୍ରେ ଏମ୍ଆର୍ଆଇ ସୁବିଧା, ଯୋଗାଇଦେବା ସହ ବିଶେଷଜ୍ଞ ଡାକ୍ତରମାନଙ୍କୁ ନିଯୁକ୍ତି ଦେବା, ସମସ୍ତ ମେଡିକାଲ୍ରେ ସାପ କାମୁଡା ଓ କୁକୁର କାମୁଡ଼ା ଇଂଜେକ୍ସନ୍ ଯୋଗାଇଦେବା, ଜିଲ୍ଲାର ଜଙ୍ଗଲ ଅଧିବାସୀମାନଙ୍କୁ ଘରଡିହ ପଟ୍ଟା ଓ ଚାଷଜମି ପଟ୍ଟା ପ୍ରଦାନ କରିବା, ଏସ୍ଆଇଆର୍ ନିୟମକୁ ବନ୍ଦ କରିବା, କାମାକ୍ଷାନଗର ମେଡିକାଲ୍ରେ ସିଟି ସ୍କାନ୍ ଓ ଏଣ୍ଡୋସ୍କପି ବ୍ୟବସ୍ଥା କରାଯାଉ, ବିଭିନ୍ନ ସ୍କୁଲ୍ କଲେଜ୍ରେ ଖାଲି ପଡିଥିବା ଶିକ୍ଷକ ଓ ଅଧ୍ୟାପକ ପଦବୀକୁ ପୂରଣ କରାଯାଉ, ବିଜ୍ଞାନ ଭିତିକ ପାଠ ଉପକରଣ ଯୋଗାଇ ଦିଆଯାଉ, ସମସ୍ତ ଗ୍ରାମକୁ ପିଇବା ପାଣି ଓ ଜମିକୁ ପାଣି ସୁବିଧା କରାଯାଉ ଇତ୍ୟାଦି ଦାବୀ ପୂରଣ ନିମନ୍ତେ ଜିଲ୍ଲାପାନଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି ।
ଏହି ବିଷୟରେ ତଦାରଖ କରି ସମାଧାନ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି । ଏହି ବିକ୍ଷୋଭରେ ଜିଲ୍ଲାର ବିଭିନ୍ନ ଅଂଚଳରୁ ଅଧିବାସୀମାନେ ଯୋଗଦେଇଥିଲେ ।
