Spread the love

ସମ୍ଭାବ୍ୟ ବାତ୍ୟାକୁ ନେଇ ଶକ୍ତି ବିଭାଗର ତତ୍ପରତା, ବିଦ୍ୟୁତ ସରବରାହ ସ୍ୱାଭାବିକ ରଖିବାକୁ ପ୍ରସ୍ତୁତି

ଭୁବନେଶ୍ୱର, ୨୪ ଅକ୍ଟୋବର: ସମ୍ଭାବ୍ୟ ବାତ୍ୟାର ମୁକାବିଲା ଏବଂ ବିଦ୍ୟୁତ ସରବରାହ ବ୍ୟବସ୍ଥାକୁ ସୁଦୃଢ଼ ରଖିବା ଲାଗି ରାଜ୍ୟ ଶକ୍ତି ବିଭାଗ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ଏହି ପରିପ୍ରେକ୍ଷୀରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଜି ବିଭାଗୀୟ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି।

ବୈଠକରେ ସମ୍ଭାବ୍ୟ ବାତ୍ୟାର ପ୍ରଭାବ, ବିଦ୍ୟୁତ ବିତରଣ ବ୍ୟବସ୍ଥାର ସୁରକ୍ଷା ଏବଂ ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ଉପରେ ଆଲୋଚନା ହୋଇଥିଲା। ଏଥିରେ ଟାଟା ପାୱାରର ସିଇଓ ତଥା ଏମ୍‌ଡି ଡ. ପ୍ରବୀର କୁମାର ସିହ୍ନା ଏବଂ ଟିପିସିଓଡିଏଲ୍‌ର ସିଇଓ ଗଜାନନ କାଲେ ଯୋଗ ଦେଇଥିଲେ।

ପ୍ରଭାବିତ ଜିଲ୍ଲା ଉପରେ ସ୍ୱତନ୍ତ୍ର ନଜର

ସମ୍ଭାବ୍ୟ ବାତ୍ୟା ଯୋଗୁଁ ଯେଉଁ ଜିଲ୍ଲାଗୁଡ଼ିକ ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି, ସେଠାରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ନିର୍ଦ୍ଦେଶ ଦେଇଛନ୍ତି। ବାତ୍ୟା ସମୟରେ ବିଦ୍ୟୁତ ସରବରାହରେ ବାଧା ସୃଷ୍ଟି ହେଲେ ଯଥାଶୀଘ୍ର ତାହାର ମରାମତି ଓ ପୁନଃସଂଯୋଗ କରିବା ପାଇଁ ଆବଶ୍ୟକ ପ୍ରସ୍ତୁତି ଚାଲିଛି।

ବାତ୍ୟା ପରେ ତୁରନ୍ତ ପୁନରୁଦ୍ଧାର ଉପରେ ଗୁରୁତ୍ୱ

ବାତ୍ୟା ପରବର୍ତ୍ତୀ ସମୟରେ ବିଦ୍ୟୁତ ସରବରାହ ପୁନଃସ୍ଥାପନ ଓ ପରିଚାଳନା ପାଇଁ ଶକ୍ତି ବିଭାଗ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବର୍ଷା ଓ ପବନ ସମୟରେ ଜନସାଧାରଣ କିପରି ସତର୍କ ରହିବେ, ସେନେଇ ମଧ୍ୟ ସଚେତନ କରାଯାଉଛି।

ସମ୍ଭାବ୍ୟ ବାତ୍ୟାର ପ୍ରଭାବକୁ ମୁକାବିଲା କରିବା ସହ ବିଦ୍ୟୁତ ସେବାକୁ ଯଥାଶୀଘ୍ର ସ୍ୱାଭାବିକ କରିବା ପାଇଁ ଶକ୍ତି ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *

You missed