ଜାତୀୟ ପତାକାକୁ ଅବମାନନା କରି ଅଡୁଆରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ଏତଲା ଦାୟର କଲେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ସଞ୍ଜୀବ ପୃଷ୍ଟି

ଜେ ବି ଏନ, ୨୭/୧୨/୨୦୨୦, (ରିପୋର୍ଟ, ସୁଶାନ୍ତ କୁମାର ସାମଲ), ଢେଙ୍କାନାଳ : ଢେଙ୍କାନାଳରେ ଗତକାଲି ଆୟୋଜିତ କୃଷକ ସମ୍ମିଳନୀରେ ଜାତୀୟ ପତାକାକୁ ଅବମାନନା କରିଥିବା ଅଭିଯୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ବରିଷ୍ଠ ବିଜେପି ନେତା କେ.ଭି. ସିଂହଦେଓ ଏବଂ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଓ ଉପସଭାପତିଙ୍କ ନାମରେ

ଥାନାରେ ଏତଲା ଦାୟର କରାଯାଇଛି । ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସଂପାଦକ ସଂଜୀବ କୁମାର ପୃଷ୍ଟିଙ୍କ ନେତୃତ୍ବରେ ଏହି ଏତଲା ଦାୟର କରାଯାଇଥିବାବେଳେ , ଏତଲାରେ ଜାତୀୟ ପତାକାକୁ ଅବମାନନା କରିଥିବା ନେତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଦାବି କରାଯାଇଛି । ଏତଲାରେ ଥିବା ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ବିଜୁ ଛାତ୍ର ଜନତା ଦଳ ରାଜ୍ୟବ୍ୟାପୀ ଏ ନେଇ ପ୍ରତିବାଦ କରିବ ବୋଲି ରାଜ୍ୟ ସାଧାରଣ ସମ୍ପାଦକ ସଂଜୀବ କୁମାର ପୃଷ୍ଟି ଚେତାବନୀ ଦେଇଛନ୍ତି । ଥାନାରେ ଏତଲା ଦାୟର କରିବା ସମୟରେ ଢେଙ୍କାନାଳ ଜିଲ୍ଲା ଛାତ୍ର ବିଜେଡି ସମ୍ପାଦିକ ଓମ୍ ପ୍ରକାଶ ନାୟକ , ଦିନେଶ ପାଣି , ଛାତ୍ରନେତା ଧନଞ୍ଜୟ ମଲ୍ଲିକ , ବୁବୁ ବେହେରା , ସନ୍ଦୀପ ପୃଷ୍ଟି , ରଞ୍ଜିତ ପିରେଇ ପ୍ରମୁଖ ଉପସ୍ଥିତ ଥିଲେ ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-27-scaled.jpg)


