ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ
ବନ୍ତରପାଳ, ୨୮।୧୦ :
ବନ୍ତରପାଳ ଥାନା ଅଞ୍ଚଳର ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୨ ଜଣ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଜଣେ ପୂର୍ବତନ ଶିକ୍ଷକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି।
ପ୍ରଧାନଶିକ୍ଷକଙ୍କ ସୂଚନା ଅନୁଯାୟୀ, ସମ୍ପୃକ୍ତ ଯୁବକ ଜଣକ କିଛି ବର୍ଷ ପୂର୍ବେ ଉକ୍ତ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ। ବୁଧବାର ସେ ଶ୍ରେଣୀଗୃହକୁ ପ୍ରବେଶ କରି ୨ ଛାତ୍ରୀଙ୍କ ସହ ଅସଦାଚରଣ କରିଥିଲେ। ଏହି ସମୟରେ ଜଣେ ଶିକ୍ଷକ ତାଙ୍କୁ ବାଧା ଦେବାରୁ ସେ ତାଙ୍କୁ ଠେଲାଧକ୍କା ଦେଇଥିଲେ। ପରେ ବାହାରେ ଉପସ୍ଥିତ ଥିବା ଲୋକମାନେ ତାଙ୍କୁ କାବୁ କରି ପୋଲିସକୁ ଡକାଇ ଜିମା ଦେଇଥିଲେ।
