ଢେଙ୍କାନାଳ ଜିଲ୍ଲାସ୍ତରୀୟ ଯୁବ ସଂସଦ ନୂତନ ପୀଢ଼ିର ସର କାର୍ଯ୍ୟକ୍ରମ -୨୦୨୬-୨୭ ଅନୁଷ୍ଠିତ
ଢେଙ୍କାନାଳ ସ୍ଥାନୀୟ ପିଏମ୍ଶ୍ରୀ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ସ୍ମାର୍ଟ୍ ସଭାଗୃହରେ ଦିବା ୨ ଘଟିକା ସମୟରେ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ପ୍ରଧାନ ଶିକ୍ଷୟିତ୍ରୀ ମିନତୀ ଦେହୁରୀ, ପ୍ରଶିକ୍ଷକ ତଥା କାର୍ଯ୍ୟକ୍ରମ ସଂଚାଳକ ଶିକ୍ଷାବିତ୍ ଡ଼ା.ଦେବୀ ପ୍ରସାଦ ମିଶ୍ର ଓ ରାଜନୀତି ବିଜ୍ଞାନ ବିଭାଗର ଶିକ୍ଷାବିତ୍ ରୁଦ୍ର ନାରାୟଣ ନନ୍ଦଙ୍କ ମିଳିତ ମାର୍ଗଦର୍ଶନରେ ଓ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ପ୍ରଧାନ ଶିକ୍ଷୟିତ୍ରୀ ମିନତୀ ଦେହୁରୀଙ୍କ ପୌରୋହିତ୍ୟରେ ଢେଙ୍କାନାଳ ଜିଲ୍ଲାସ୍ତରୀୟ ଯୁବ ସଂସଦ ନୂତନ ପୀଢ଼ିର ସର କାର୍ଯ୍ୟକ୍ରମ – ୨୦୨୬-୨୭ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ଆୟୋଜିତ ଉଦ୍ଘାଟନୀ ଓ ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ତଥା ପ୍ରମୁଖ ବିଚାରକ ଭାବେ ଶିକ୍ଷାବିତ୍ ଡ଼ା.ଦେବୀ
ପ୍ରସାଦ ମିଶ୍ର ଯୋଗଦାନ କରି ଉଦଘାଟନୀ ସଭାରେ କାର୍ଯ୍ୟକ୍ରମର ଶୁଭ ଉଦ୍ ଘାଟନ କରି ସ୍ଵୀୟ ଅଭିଭାଷଣରେ ପିଲାଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭା, ଚିନ୍ତନ ଓ ମନ୍ଥନରୁ ସୃଜନଶୀଳତା, ନୂତନତ୍ୱ ଓ ନେତୃତ୍ୱ ନେବାର ସମ୍ଭାବନା ସୃଷ୍ଟି ହୋଇଥାଏ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବରେ ରାଜନୀତି ବିଜ୍ଞାନ ବିଭାଗର ଶିକ୍ଷାବିତ୍ ରୁଦ୍ର ନାରାୟଣ ନନ୍ଦ ରାଜନୀତି ବିଜ୍ଞାନର ଜ୍ଞାନ ଗଣତନ୍ତ୍ରକୁ ସୁଦୃଢ଼ କରିବା ସଙ୍ଗେ ସଙ୍ଗେ ଦେଶର ସର୍ବାଙ୍ଗୀନ ପ୍ରଗତିର ବାର୍ତାବହ ବୋଲି ସେ ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ ।
ପ୍ରାରମ୍ଭରେ ପ୍ରଶିକ୍ଷକ, ପର୍ଯ୍ୟବେକ୍ଷକ ତଥା ବିଚାରକ ବୃନ୍ଦ ଯୁବ ସଂସଦ କାର୍ଯ୍ୟକ୍ରମର ଲକ୍ଷ୍ୟ, ଉଦ୍ଦେଶ୍ୟ, ଆଭିମୁଖ୍ୟ, ସଂସଦ କାର୍ଯ୍ୟକ୍ରମର ନୀତିନିୟମ ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିଥିଲେବିଦ୍ୟାଳୟରେ ଛାତ୍ରୀ-ଛାତ୍ର ସଂସଦ ନିର୍ବାଚନ କରିବା, ସରକାରୀ ଚାକିରୀ ନିଯୁକ୍ତି କ୍ଷେତ୍ରରେ ହେଉଥିବା ଦୁର୍ନୀତିକୁ ପ୍ରସଙ୍ଗ କରି ବିରୋଧୀ ଦଳମାନେ ଶାସନ ବ୍ୟବସ୍ଥାର କଟୁ ସମାଲୋଚନା, ଶାସକ ଓ ବିରୋଧୀ ଦଳର ସଭ୍ୟା, ସଭ୍ୟମାନଙ୍କ ଆରୋପ ଓ ପ୍ରତ୍ୟାରୋପ ଛାୟା ସଂସଦର ଭ୍ରମ ସୃଷ୍ଟି କରିଥିଲା । ସମସ୍ତ ପ୍ରତିଯୋଗୀଙ୍କ ଉଚ୍ଚକୋଟୀର ସାମଗ୍ରିକ ସଫଳ ଉପସ୍ଥାପନାର ବିଭିନ୍ନ ଦିଗକୁ ବିଚାରକୁ ନେଇ ବିଚାରକ ବୃନ୍ଦ ଉଚିତ୍ ମୂଲ୍ୟାଙ୍କନ କରି ସେମାନଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ପ୍ରଥମ ସ୍ଥାନ ଅଧିକାର କରିଥିବା ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ରୀ ପ୍ରଯୁକ୍ତି ଧଳ ପ୍ରଥମ, ନବମ ଶ୍ରେଣୀର ଛାତ୍ରୀ ଧରିତ୍ରୀ ସାହୁ ଦ୍ୱିତୀୟ, ଅଷ୍ଟମ ଶ୍ରେଣୀର ଛାତ୍ରୀ ସାଇ କ୍ରିଷ୍ଣା ସାହୁ ତୃତୀୟ, ନବମ ଶ୍ରେଣୀର ଛାତ୍ରୀ ରୌପ୍ୟା ସନ୍ତୋଷିନୀ ଯଥାକ୍ରମେ ଚତୁର୍ଥ ସ୍ଥାନ ହାସଲ କରି ମଂଚାସୀନ ବିଚାରକ ତଥା ଅତିଥ୍ ବୃନ୍ଦଙ୍କ ଦ୍ୱାରା ପୁରସ୍କାର ସରୂପ ପ୍ରଶଂସା ପତ୍ର ଓ ମେଫେଟୋ ପାଇବା ସଙ୍ଗେ ସଙ୍ଗେ ଆଗାମୀ ଢେଙ୍କାନାଳ ଜିଲ୍ଲାସ୍ତରରେ ପ୍ରତିନିଧୂତ୍ବ କରି ଅଂଶଗ୍ରହଣ କରିବାପାଇଁ ମନୋନୀତ ହୋଇଛନ୍ତି । ଏହି ଅବସରରେ ସମସ୍ତ ଅଂଶଗ୍ରହଣକାରୀ ପ୍ରତିଯୋଗୀଙ୍କୁ ଅଂଶଗ୍ରହଣ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା । ସଭା ପ୍ରାରମ୍ଭରେ ଜଗନ୍ନାଥଙ୍କ ମୂର୍ତିରେ ପୁଷ୍ପ ମାଲ୍ୟାର୍ପଣ, ପ୍ରଦୀପ ପ୍ରଜ୍ଜ୍ଵଳନ, ଛାତ୍ରୀ, ଛାତ୍ରମାନଙ୍କ ଦ୍ୱାରା ମଙ୍ଗଳାଚରଣ ଗାନ ଓ ପରିଶେଷରେ ଶାନ୍ତିପାଠ କରାଯାଇଥିଲା ।କାର୍ଯ୍ୟକ୍ରମ ସଫଳ ଆୟୋଜନ ଓ ସୁପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରି ବିଦ୍ୟାଳୟର ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠା ଶିକ୍ଷୟିତ୍ରୀ ସୁଲୋଚନା ଭୂତିଆ, ଦୁଷ୍ମନ୍ତ କୁମାର ସାହୁ, ପ୍ରଶାନ୍ତ କୁମାର ସାହୁ, ବର୍ଷାରାଣୀ ସାହୁ ପ୍ରମୁଖ ସମସ୍ତ ଶିକ୍ଷୟିତ୍ରୀ – ଶିକ୍ଷକ ବୃନ୍ଦ, ସମସ୍ତ କର୍ମଚାରୀ ବୃନ୍ଦ, ସମସ୍ତବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟା – ସଦସ୍ୟ ବୃନ୍ଦ, ସମସ୍ତ ଛାତ୍ରୀ – ଛାତ୍ର ବୃନ୍ଦ, ସେମାନଙ୍କ ମାତା – ପିତା, ଅଭିଭାବିକା – ଅଭିଭାବକ ବୃନ୍ଦ ଓ ଶିକ୍ଷାକୁ ଭଲ ପାଉଥିବା ସମସ୍ତ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ସମ୍ମିଳିତ ସହଭାଗିତାରେ ଏହି ସୁନ୍ଦର କାର୍ଯ୍ୟକ୍ରମଟିର ସଫଳ ରୂପାୟନ ସମ୍ଭବ ହୋଇପାରିଥିଲା । ବିଦ୍ୟାଳୟର ସହକାରୀ ଶିକ୍ଷକ ତଥା କାର୍ଯ୍ୟକ୍ରମ ସଂଯୋଜକ ଦୁଷ୍ମନ୍ତ କୁମାର ସାହୁ ସାଗତ ଭାଷଣ, ଅତିଥ୍ ପରିଚୟ ପ୍ରଦାନ, ସଭା ସଂଯୋଜନା ଓ ଫଳାଫଳ ଘୋଷଣା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ବୋଲି ସାଧୀନ ସମ୍ବାଦଦାତା ଡ଼ା.ଦେବୀ ପ୍ରସାଦ ମିଶ୍ର ଏକ ପ୍ରେସ୍ ବାର୍ତା ମାଧ୍ୟମରେ ପ୍ରକାଶ କରିଛନ୍ତି ।
