ରତ୍ନବଜାର ମା’ଲକ୍ଷ୍ମୀଙ୍କ ନିକଟରେ ୧୦୮ ଦୀପ ଦାନ ଓ ଛପନ ଭୋଗ ଲାଗି
ଢେଙ୍କାନାଳ ସହର ରତ୍ନବଜାର ଠାରେ ମା’ଲକ୍ଷ୍ମୀଙ୍କ ପାଖରେ ୧୦୮ ଦୀପ ଦାନ ସହ ଛପନ ଭୋଗ ଲାଗି କରାଯାଇଛି । ମଧ୍ୟାହ୍ନରେ ମା’ଙ୍କର ବଡପୂଜା ନୀତି ଅନୁଷ୍ଠିତ ହୋଇଥିଲା । ପରେ ସ୍ଥାନୀୟ ଅଂଚଳବାସୀ ଭକ୍ତଙ୍କ ନିମନ୍ତେ ଅନ୍ନପ୍ରସାଦ ଭୋଗ ବଂଟନ କରିଥିଲେ । ଏହି ପ୍ରସାଦ ବଂଟନ କାର୍ଯ୍ୟକ୍ରମରେ ହଜାର ହଜାର ଭକ୍ତ ପ୍ରସାଦସେବନ କରିଥିଲେ । ସଂଧ୍ୟାରେ ମା’ଙ୍କ ଆସ୍ଥାନରେ କ୍ଷୀରି ଓ କାକରା ଭୋଗ ଲାଗି କରାଯିବା ପରେ ଭକ୍ତଙ୍କୁ ବଂଟନ କରାଯାଇଥିଲା । କଟକ ସିଡିଏରୁ ଆସିଥିବା ପଣ୍ଡିତ କୀର୍ତିସେନ୍ ପଣ୍ଡା, ମୁଖ୍ୟକର୍ତା ସନ୍ତୋଷ କୁମାର ଅଗ୍ରୱାଲା ସମସ୍ତ ପୂଜାକୁ ସମ୍ପାଦନ କରୁଛନ୍ତି । ସଭାପତି କୃଷ୍ଣ ଚନ୍ଦ୍ର ମହାନ୍ତି ଓ ସାଧାରଣ ସଂପାଦକ ମନୋଜ କୁମାର ଅଗ୍ରୱାଲା ପୂଜାକୁ ପରିଚାଳନା କରୁଛନ୍ତି ।
