ବାଉତୀ ବଜାରରେ ଶୋଭା ପାଉଛନ୍ତି ମା’ମହାଲକ୍ଷ୍ମୀ
ଢେଙ୍କାନାଳ ସହର ବାଉତୀ ବଜାର ଫଣ୍ଡାବନ୍ଧ ଠାରେ ୧୪ତମ ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ପୂଜା ଅତି ସୁନ୍ଦର ଓ ସରସ ଭାବରେ ମହାଆନନ୍ଦର ସହିତ ପାଳିତ ହେଉଅଛି । ଗତ ୨୫ ତାରିଖରୁ ଆରମ୍ଭ ହୋଇଥିବା ମା’ଙ୍କ ପ୍ରତ୍ୟେକ ଦିନ ନୀତିପୂଜା ଅନୁଷ୍ଠିତ ହେଉଅଛି । ଏହି ପ୍ରତିଷ୍ଠାନର ସଭାପତି ପ୍ରଫେସର ଡାକ୍ତର ପ୍ରମୋଦ କୁମାର ନାୟକ ଏବଂ ସଂପାଦକ ଜୟନ୍ତ କୁମାର ଦାଶ ସମସ୍ତ ପୂଜା ସୁଚାରୁ ରୂପରେ ପରିଚାଳନା କରୁଛନ୍ତି । ଏଥିସହିତ କୋଷାଧ୍ୟକ୍ଷ ଶ୍ରୀକାନ୍ତ ନାଏକ, ସହସଂପାଦକ ଦ୍ୱିଜବର ନାଏକ, ଗଣେଶ୍ବର ପୃଷ୍ଟି, ରମାକାନ୍ତ ନନ୍ଦ, ସକ୍ରିୟ ସଭ୍ୟ ବିଜୟ ନାୟକ, ବସନ୍ତ ନାଏକ, ସୁନିଲ୍ କୁମାର ପାତ୍ର, ସଂଜୟ କୁମାର ନାଏକ, ଅଜୟ କୁମାର ପ୍ରଧାନ, ବସନ୍ତ ବେହେରା, ଶ୍ଵେତ ବେହେରା, ଦେବରାଜ ନାଏକ ପ୍ରମୁଖ ସଦସ୍ୟ କାର୍ଯ୍ୟ ତୁଲାଉଛନ୍ତି । ପୂଜକ ଭାବରେ ବିକାଶ କୁମାର ରଥ ପୂଜାକାର୍ଯ୍ୟ ସମ୍ପାଦନ କରୁଛନ୍ତି । ଆସନ୍ତା ମାସ ୪ ତାରିଖରେ ମା’ଙ୍କର ଭସାଣୀ ଉତ୍ସବ ଅନୁଷ୍ଠିତ ହେବ ।
