Spread the love

*ପିଏମ୍ କିଷାନର ୨୪ତମ କିସ୍ତି ବିତରଣ ସମାରୋହ ଆୟୋଜିତ*
– ୧,୨୮,୩୩୪ ଜଣ ଚାଷୀଙ୍କ ଖାତାକୁ ଗଲା ୨୫,୬୬,୬୮,୦୦୦ ଟଙ୍କା

 

ଅନୁଗୋଳ, ୩୦.୧୦ : ଜିଲ୍ଲା କୃଷି ଓ ଚାଷୀ ସଶକ୍ତିକରଣ ବିଭାଗ ଏବଂ କୃଷି ବିଜ୍ଞାନ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ (PM-KISAN) ଯୋଜନାର ୨୪ତମ କିସ୍ତି ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗୁଜୁରାଟର ବନସକଣ୍ଠାଠାରୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୃଷକଙ୍କ ପାଇଁ ଏହି ୨୪ତମ କିସ୍ତିର ସହାୟତା ରାଶି ଜାରି କରିଥିବା ବେଳେ, ଅନୁଗୋଳ କୃଷି ବିଜ୍ଞାନ କେନ୍ଦ୍ର ସଭାଗୃହରେ ଏହି ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମର ସିଧାପ୍ରସାରଣ କରାଯାଇଥିଲା। ଏହି ସମାବେଶରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ମାନ୍ୟବର ପାଳଲହଡା ବିଧାୟକ ଶ୍ରୀ ଅଶୋକ ମହାନ୍ତି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବବିତା ପ୍ରଧାନ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ମାନ୍ୟବର ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ଶ୍ରୀ ସୁଦିପ ଗଡ଼ନାୟକ, ମାନ୍ୟବର ଛେଣ୍ଡିପଦା ବିଧାୟକଙ୍କ ପ୍ରତିନିଧି ଶ୍ରୀ ଚୌଧୁରୀ ପ୍ରଧାନ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ଦିବ୍ୟ ସ୍ୱରୂପ ପଣ୍ଡା, କୃଷି ବିଜ୍ଞାନ କେନ୍ଦ୍ରର ପ୍ରମୁଖ ବୈଜ୍ଞାନିକ ଡ଼. ଦେବାଶିଷ ମିଶ୍ରଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ, ଚାଷୀ , ମହିଳା କୃଷିଜୀବୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଅତିଥିମାନେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ସଫଳତା ଉପରେ ଆଲୋକପାତ କରିଥିଲେ। ୨୪ତମ କିସ୍ତି ମାଧ୍ୟମରେ ଜିଲ୍ଲାର ସମୁଦାୟ ୧ ଲକ୍ଷ ୨୮ ହଜାର ୩୩୪ ଜଣ ହିତାଧିକାରୀ ଉପକୃତ ହୋଇଛନ୍ତି। ଏହି ଅବସରରେ ସେମାନଙ୍କ ଆକାଉଣ୍ଟକୁ ମୋଟ ୨୫ କୋଟି ୬୬ ଲକ୍ଷ ୬୮ ହଜାର ଟଙ୍କାର ସହାୟତା ରାଶି ସିଧାସଳଖ ପ୍ରଦାନ କରାଯାଇଛି।ଯେଉଁ ଚାଷୀମାନଙ୍କର e-KYC କିମ୍ବା ବ୍ୟାଙ୍କ ଆଧାର ସଂଯୋଗୀକରଣ ବାକି ରହିଛି, ସେମାନେ କୃଷି ବିଭାଗର ସହାୟତାରେ ଏହାକୁ ତୁରନ୍ତ ସମ୍ପୂର୍ଣ୍ଣ କରିବାକୁ ବୈଷୟିକ ଅଧିକାରୀମାନେ ବିସ୍ତୃତ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *