Spread the love

ଶ୍ରୀ ରତ୍ନ ଅଳଙ୍କାର ଦୋକାନ ଉଦ୍‌ଘାଟନ

ଢେଙ୍କାନାଳ ସହର ଲକ୍ଷ୍ମୀବଜାରସ୍ଥିତ ଜେ.ଏସ୍. ମାର୍କେଟ୍ ଠାରେ ନୂତନ ଭାବେ ଖୋଲିଥିବା ଶ୍ରୀ ରତ୍ନ ଅଳଙ୍କାର ଦୋକାନର ଉଦ୍‌ଘାଟନ ହୋଇଯାଇଅଛି । ଏଥିରେ ମୁଖ୍ୟ ଅତିଥି ଭାବେ ଡିଏସ୍‌ପି ସୂର୍ଯ୍ୟନାରାୟଣ ପ୍ରଧାନ ଯୋଗଦେଇ ଆନୁଷ୍ଠାନିକ ଭାବେ ଫିତା କାଟି ଉଦ୍‌ଘାଟନ କରିଥିଲେ । ପବିତ୍ର ଗଜଲକ୍ଷ୍ମୀ ପୂଜାରେ ଏହି ନୂତନ ଅଳଙ୍କାର ଦୋକାନଟି ଖୋଲାଯାଇଥିବାରୁ ଏହାର ଉତରୋତର ଉନ୍ନତି କାମନା କରିଥିଲେ । ସମ୍ମାନିତ ଅତିଥି ଭାବେ ଶିଳ୍ପ ଓ ବାଣଜ୍ୟ ସଂଘର ସଭାପତି ରାଜେନ୍ଦ୍ର ହିନ୍ଦୋଚା ଯୋଗଦେଇ ଶ୍ରୀ ରତ୍ନ ଅଳଙ୍କାର ଦୋକାନକୁ ଶୁଭେଚ୍ଛା ଜ୍ଞାପନ କରିବା ସହିତ ଗ୍ରାହକମାନେ କିପରି ଏଠାରେ ବିଭିନ୍ନ ଡିଜାଇନ୍‌ର ସୁନା ଅଳଙ୍କାର ଓ ରୂପା ସାମଗ୍ରୀ ପାଇପାରିବେ ସେ ବିଷୟରେ କହିଥିଲେ । ଅନ୍ୟତମ ଅତିଥୁ ୧୨ନଂ ୱାର୍ଡର କାଉନ୍‌ସିଲର ଶୁଭଲକ୍ଷ୍ମୀ ସାହୁ ଯୋଗଦାଇଥିଲେ । ଦୋକାନର ସତ୍ୱାଧିକାରୀ ପ୍ରମୋଦ ମହାପାତ୍ର କହିଛନ୍ତି ଯେ, ଏହି ଉଦ୍‌ଘାଟନ ଅବସରରେ ୯୧୬ ହଲ୍‌ମାର୍କ ସୁନା ଗହଣା ଉପରେ ୧ ଗ୍ରାମ ପ୍ରତି ୧୨ହଜାର ୯୩୦ ଟଙ୍କା ଓ ଗଢା ମଜୁରୀ ୯୦୪ ଟଙ୍କା ମୂଲ୍ୟରେ ଗ୍ରାହକମାନଙ୍କୁ ଯୋଗାଇ ଦିଆଯିବ । ଆସନ୍ତା ଧନ୍‌ତେରସ୍ ପର୍ଯ୍ୟନ୍ତ ଏହି ଅଫର୍ ରହିବ ବୋଲି କହିଛନ୍ତି । ଏହାର ପ୍ରଥମ କାଙ୍ଗଟର ମୀନା ବଜାର ଠାରେ ରହିଥ‌ିବାବେଳେ ଏହା ୨ୟ କାଉଁଟର ଭାବେ ଖୋଲାଯାଇଅଛି । ଏହି ଉଦ୍‌ଘାଟନ ବେଳେ ସହରର ବହୁ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ରହିଥ‌ିବାବେଳେ ବହୁ ଗ୍ରାହକ ମଧ୍ୟ ଉପସ୍ଥିତ ରହି ସୁନାଗହଣା କିଣିଥିଲେ ।

 

Leave a Reply

Your email address will not be published. Required fields are marked *