Spread the love

### ନଭେମ୍ବର ୧ରେ ନିଯୁକ୍ତି ମେଳା, ସେବକ-ସେବିକା ଓ ଜନଜାତି ଭାଷା ଶିକ୍ଷକଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୩୧/୧୦: ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି ସହ ଶିକ୍ଷା ଓ ଜନଜାତି ବିକାଶକୁ ଗୁରୁତ୍ୱ ଦେଇ ଓଡ଼ିଶା ସରକାରଙ୍କ ପକ୍ଷରୁ ଏକ ନିଯୁକ୍ତି ମେଳା ଆୟୋଜନ କରାଯାଉଛି। ନଭେମ୍ବର ୧ ତାରିଖ ରବିବାର ଭୁବନେଶ୍ୱରସ୍ଥିତ ଓୟୁଏଟିର କୃଷି ଶିକ୍ଷା ସଦନ ଅଡିଟୋରିୟମ୍‌ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି ମେଳାରେ ନବନିଯୁକ୍ତ ସେବକ, ସେବିକା ଏବଂ ଜନଜାତି ଭାଷା ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ସରକାରୀ ନିଯୁକ୍ତିପତ୍ର ପ୍ରଦାନ କରାଯିବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବନିଯୁକ୍ତ ପ୍ରାର୍ଥୀମାନଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ। ଏହି ନିଯୁକ୍ତି ମାଧ୍ୟମରେ ଜନଜାତି ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନ ବ୍ୟବସ୍ଥାକୁ ଗତିଶୀଳ କରିବାରେ ସହାୟତା ମିଳିବ ବୋଲି ଆଶା କରାଯାଉଛି।

ଦିନ ୧୦ଟା ୩୦ ମିନିଟ୍‌ରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହାର ବ୍ୟାପକ ପ୍ରଚାରପ୍ରସାର ପାଇଁ ବିଭାଗ ପକ୍ଷରୁ ଗଣମାଧ୍ୟମର ସହଯୋଗ କାମନା କରାଯାଇଛି।

Leave a Reply

Your email address will not be published. Required fields are marked *