୧୩୬ ବର୍ଷ ବୟସରେ ଭାରତୀୟ ଜାତୀୟ କଂଗ୍ରେସ

ଜେ ବି ଏନ, ୨୮/୧୨/୨୦୨୦, ଅନୁଗୋଳ : ଆଜି ତା୨୮/୧୨/୨୦୨୦ରିଖ ସୋମବାର ଦିନ ଅନୁଗୋଳ ଜିଲ୍ଲା କଂଗ୍ରେସ ଜିଲ୍ଲା କାର୍ଯ୍ୟାଳୟ ଠାରେ ଭାରତୀୟ ଜାତୀୟ କଂଗ୍ରେସ ର ୧୩୬ତମ ପ୍ରତିଷ୍ଠା ଦିବସ ପାଳନ କରିଛି l ଏହି ଦିବସ ରେ କଂଗ୍ରେସ ଦଳ କେମିତି ଇଂରେଜ ମାନଙ୍କ ସହିତ ଅହିଂସା ମାଧ୍ୟମ ରେ ଲଢେଇ କରି ଦେଶକୁ ସ୍ୱାଧୀନ କରିଥିଲେ , ଭାରତୀୟ ସେନା ,୧୮ବୟସ ରେ ଭୋଟ ଦେବା ଅଧିକାର, କୃଷକ ମାନଙ୍କ ପାଇଁ ଯୋଜନା, ଶ୍ରମିକ ମାନଙ୍କ ପାଇଁ ମନେରେଗା ଯୋଜନା,ଟେଲିକମ ସେବା, ଦେଶ ସୁରକ୍ଷା ପାଇଁ ପରମାଣୁ ଭଳି କ୍ଷପଣାସ୍ତ୍ର, ସ୍ୱାସ୍ଥ୍ୟ ସେବା,ଆଦି ଦେଶ ରେ ଯାହା ହୋଇଅଛି କଂଗ୍ରେସ ର ଅବଦାନ ଅଛି l ବର୍ତମାନ ର ବିଜେପି ସରକାର ମିଛ କହି ଲୋକ ଙ୍କୁ ଠକୁଛିl ଏହି ପ୍ରତିଷ୍ଠା ଦିବସ ରେ ଜିଲ୍ଲା କଂଗ୍ରେସ ଶପଥ ନେଇଅଛିକି ଦେଶ ରେ କଂଗ୍ରେସ ର ଅବଦାନ କୁ ପ୍ରତି ଘରେ ନେଇକି ବାର୍ତା ପହଞ୍ଚାଇବା ।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ସୁନୀଲ ପ୍ରଧାନ, ନଗର କଂଗ୍ରେସ ସଭାପତି ସୁଦୀପ ମିଶ୍ର, ଶିବନି ଶଙ୍କର ଗୌଡ଼, ରଶ୍ମିରଞ୍ଜନ ସାହୁ, ଆଲୋକ ଦାସ, ବାପୁଜି ପ୍ରଧାନ ଫରୁକ ଏହେମଦ,ଜାଫର ହୁସେନ ଖାଁ,ସମୀର ବାରିକ, ଅମର ସାହୁ, ଅଲେଖ ସାହୁ, ପ୍ରମୁଖ ଉପସ୍ଥିତ ରହିଥିଲେ l




