
ସିନିଅର ସିଟିଜେନ ଙ୍କୁ ଷ୍ଟେଟ ବ୍ୟାଙ୍କ କର୍ମଚାରୀ ଙ୍କ ଜୁଲୁମ
(ଜେ ବି ଏନ /ସୁଶାନ୍ତ କୁମାର) ୨୮/୧୨/୨୦୨୦ ଅନୁଗୋଳ :ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳରେ ଥିବା ଷ୍ଟେଟ ବ୍ୟାଙ୍କ ରେ ସିନିଅର ସିଟିଜେନ ଙ୍କୁ ବିଭିନ୍ନ ଜୁଲୁମ ହେବାର ଦେଖା ଦେଇଛି। ସୋମବାର ଦିନ ଏପରି ଏକ ଅଭିଯୋଗ ଦେଖିବାକୁ ମିଳିଛି। ରମ୍ଭା ସାମଲ ବୟସ ପାଖା ପାଖି ୬୧ ବର୍ଷ ଉପରେ ହେବ ସେ ଜଣେ ବିଧବା ମହିଳା। ସେ ତାଙ୍କ ପୁଅ ସହିତ ବ୍ୟାଙ୍କ ଆସି ପେନସନ୍ ପାଇଁ ଲାଇଭ ସାର୍ଟିଫିକେଟ୍ ଦେବାକୁ ଆସିଥିଲେ। ତାଙ୍କ ଅଭିଯୋଗ ସରକାର ସିନିଅର ସିଟିଜେନ ପାଇଁ covid-19 ମହାମାରୀ ଅନୁଯାୟୀ ଘରୁ ବାହାରିବା ପାଇଁ ମନା କରିଛନ୍ତି।
ନିଜର ପେନସନ୍ କାଳେ ବନ୍ଦ ହୋଇଯିବ ସେଥିପାଇଁ ସେ ଆସିଥିଲେ ବ୍ୟାଙ୍କ ରେ ସାର୍ଟିଫିକେଟ ଦେଇ ଯିବେ। କିନ୍ତୁ ବ୍ୟାଙ୍କ୍ ମ୍ୟାନେଜର କହିଲେ ଏହା ଏଠାରେ ହେବ ନାଁହି ତମେ ଜନସେବା କେନ୍ଦ୍ର କୁ ଯାଆନ୍ତୁ ବୋଲି କହି ବିଭିନ୍ନ ପ୍ରକାର ଜୁଲୁମ କରିଥିଲେ। ଶେଷରେ ବିଧବା ମହିଳା ସାମ୍ବାଦିକମାନଙ୍କୁ. ଜଣାଇଥିଲେ। ସାମ୍ବାଦିକ ମାନେ ପହଁଞ୍ଚିବା ଦ୍ଵାରା ଯାହାଦ୍ୱାରା ତାଙ୍କ କାର୍ଯ୍ୟ ସମ୍ଭବ ହେଲା। ମହିଳା ଙ୍କ ଅଭିଯୋଗ ତାଙ୍କୁ ଯେଉଁ ୪ ଘଣ୍ଟା ହଇରାଣ କଲେ ତା ପାଇଁ ଦାୟୀ କିଏ ଓ ଯଦି ସାମ୍ବାଦିକ ମାନେ ନ ପହଁଚି ଥାନ୍ତେ ବୋଧେ ମୋ କାମ ହୋଇ ପାରି ନଥାନ୍ତା। ମହିଳା ଜଣଙ୍କ ସରକାର ଙ୍କୁ ନେହୁରା ହୋଇଛନ୍ତି କି ଏହି ପରି ବ୍ୟାଙ୍କ କର୍ତ୍ତୃପକ୍ଷ ଙ୍କ ଉପରେ ଧ୍ୟାନ ଦେବା ସହ ବୃଦ୍ଧା ଲୋକଙ୍କୁ ହଇରାଣ ହେବାରେ ଉଦ୍ଧାର କରନ୍ତୁ



