ବ୍ରହ୍ମପୁର, ୨/୧୧ : ପବିତ୍ର କାର୍ତ୍ତିକ ମାସର ଦ୍ୱିତୀୟ ସୋମବାର ଉପଲକ୍ଷେ ବ୍ରହ୍ମପୁର ସହରର ଆରାଧ୍ୟ ଦେବତା ବାବା ଶ୍ରୀ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ମହାଦେବଙ୍କ ମନ୍ଦିର ଠାରେ “ଅନ୍ନଯଜ୍ଞ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପବିତ୍ର କାର୍ତ୍ତିକ ମାସର ଦ୍ୱିତୀୟ ସୋମବାର ଉପଲକ୍ଷେ ବାବା ନୀଳକଣ୍ଠେଶ୍ୱର ମହାଦେବଙ୍କୁ ପ୍ରାୟ କୋଡ଼ିଏ ହଜାରରୁ ଉର୍ଦ୍ଧ ଭକ୍ତ ଦର୍ଶନ କରିଥିବା ବେଳେ ଶ୍ରୀ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ମନ୍ଦିର ପରିଚାଳନା କମିଟି ପକ୍ଷରୁ ଆୟୋଜିତ “ଅନ୍ନଯଜ୍ଞ” ରେ ପ୍ରାୟ ସାତ ହଜାରରୁ ଉର୍ଦ୍ଧ ଭକ୍ତ ଯୋଗ ଦେଇ ପ୍ରସାଦ ସେବନ କରିଥିଲେ ।
ଏହି ସାମୟିକ କାର୍ଯ୍ୟକ୍ରମକୁ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ମନ୍ଦିର ପରିଚାଳନା କମିଟି ଟ୍ରଷ୍ଟି ଜଗଦୀଶ ପାଣିଗ୍ରାହୀ,ସଭାପତି କାଳୀକିଙ୍କର ପାତ୍ର,ସମ୍ପାଦକ ଦାସରଥି ବେହେରା,ବି ପ୍ରଶାନ୍ତ ପାତ୍ର,ଦାମୋଦର ପାଣିଗ୍ରାହୀ,ଅଜୟ କୁମାର ଦଳେଇ,ରବିନ୍ଦ୍ର ସାହୁ,ଜଗନ୍ନାଥ ପଣ୍ଡା,ସଦାନନ୍ଦ ସେନାପତି,ମନୋଜ ପଣ୍ଡା,ବିପ୍ରଚରଣ ଦଳେଇ,କୁମାର ବେହେରା,ଏସ୍ ଦଣ୍ଡପାଣି,କେଦାର ପାଣିଗ୍ରାହୀ,ସଦାଶିବ ପାତ୍ର,ଖଲି ସାହୁ,ସନ୍ୟାସୀ ନାୟକ,ସିଏଚ ଶ୍ରୀନିବାସ,ସୁଶିଲ ପାତ୍ର,ବି ନାନୀ,କେ ହରି ନାରାୟଣ ସୁବୁଦ୍ଧି,ଦଣ୍ଡପାଣି ସାହୁ,ବିକ୍ରମ ବେହେରା,କୃଷ୍ଣ ଚନ୍ଦ୍ର ସେନାପତି,ବୀରଭଦ୍ର ରାଓ,ମୋହନ ଚନ୍ଦ୍ର ସ୍ବାଇଁ,ପ୍ରମୋଦ ସେଠୀ,ସୁନିଲ କୁମାର ସାହୁ,ପୂଜାରୀ ଚନ୍ଦ୍ରଶେଖର ପ୍ରତିନିଧି,ନାରାୟଣ ପ୍ରତିନିଧି,କୃଷ୍ଣ ପ୍ରତିନିଧି,ମୁକେଶ ରାଉଳ,ଶିବା ରାଉଳ,କୈଳାସ ଚନ୍ଦ୍ର ରାଉଳ,ସୀମାଞ୍ଚଳ ରାଉଳ,ଦିନେଶ ରାଉଳ,ମହେଶ ରାଉଳ,ଶଙ୍କର ରାଉଳ, ପ୍ରମୁଖଙ୍କ ସମେତ ମହାଦେବଙ୍କ ଭକ୍ତ ସହଯୋଗୀ ସଭ୍ୟ ସହଯୋଗ କରିଥିଲେ ।

