ଆଦର୍ଶ ଯାତ୍ରୀ ବିଶ୍ରାମଗାର ର ଶୁଭ ଉଦଘାଟନ ସହ ଗ୍ରାମ୍ୟ ପାଇପ ଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ

ଜେ ବି ଏନ, ବ୍ରହ୍ମପୁର (ଟୁକୁନା ପ୍ରଧାନ, ୨୮.୧୨.୨୦୨୦)-: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟ ନଗର ବ୍ଲକ ଅନ୍ତର୍ଗତ ପାଇକ ଯମୁନା ପଞ୍ଚାୟତ ଠାରେ ଆଦର୍ଶ ଯାତ୍ରୀ ବିଶ୍ରାମଗାରର ଶୁଭ ଉଦ୍ଘାଟନୀ ଓ ଗ୍ରାମ୍ଯ ପାଇପ ଜଳ ଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହରେ ମାନନୀୟା ଆସିକା ବିଧାୟୀକା ଶ୍ରୀମତୀ ମଞ୍ଜୁଳା ସ୍ବାଇଁ ଓ ପୋଲସରା ବିଧାୟକ ଶ୍ରୀଯୁକ୍ତ ଶ୍ରୀକାନ୍ତ ସାହୁ ଏହାର ଶୁଭ ଉଦ୍ଘାଟନ କରିଥିଲେ । ଶ୍ରୀମତୀ ମଞ୍ଜୁଳା ସ୍ୱାଇଁ ଓ ତାଙ୍କରି ପରିବାର ସଦା ସର୍ବଦା ଲୋକଙ୍କ ପାଖରେ ରହି ଆସିଥିବା ହେତୁ ଏହି ଅଞ୍ଚଳରେ ଥିବା ସମସ୍ତ ସମସ୍ୟାର ସମାଧାନ ପାଇଁ ସବୁବେଳେ ଚେଷ୍ଟିତ, ପୂର୍ବରୁ ଶ୍ରୀମତୀ ସ୍ୱାଇଁ ଏହି ବ୍ଲକ ର ଅଧ୍ୟକ୍ଷା ରହିଥିବା ବେଳେ ତାଙ୍କରି ସ୍ୱାମୀ ସ୍ୱର୍ଗତ ଲଡୁ କିଶୋର ସ୍ୱାଇଁ ବିଧାୟକ ଓ ସାଂସଦ ଥିବା ବେଳେ ଏହି ଅଞ୍ଚଳ ପାଇଁ ବହୁତ କିଛି ଉନ୍ନୟନ ମୂଳକ କାର୍ଯ୍ୟ ଆରମ୍ଭ କରିଥିଲେ ଆଉ ଯେଉଁ ସବୁ କାର୍ଯ୍ୟକ୍ରମ ରହିଛି ତାହା ପୂରଣ କରିବା ପାଇଁ ତାଙ୍କରି ଧର୍ମପତ୍ନୀ ଅହରହ ଉଦ୍ୟମ କରିଆସୁଛନ୍ତି । ଯେପରି କି ବହୁ ଦିନ ଧରି ଏହି ପଂଚାୟତ ରେ ପିଇବା ପାଣି ର ଅସୁବିଧା ରହିଥିବା ବେଳେ ଆସ୍କା ବିଧାୟିକା ଶ୍ରୀମତୀ ମଞ୍ଜୁଳା ସ୍ୱାଇଁ ଙ୍କ ତତ୍ୱବଧାନରେ ଘର ଘର କୁ ପିଇବା ପାଣି ର ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ତତ୍ ସହିତ ଏହି ପଂଚାୟତ ରେ ପ୍ରାୟ ୧୦ ହଜାର ଅଧିକ ଯାତ୍ରୀ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ବେଳେ ସେମାନଙ୍କ ପାଇଁ ଏକ ମଲ୍ଟି ଯାତ୍ରୀ ବିଶ୍ରାମଗାର ର ଶୁଭ ଉଦ୍ଘାଟନ କରାଯାଇଛି । ପଞ୍ଚାୟତବାସୀ ଙ୍କ ତରଫରୁ ଭବ୍ଯ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା ଏବଂ ଏଥିରେ ଗଞ୍ଜାମ ଜୋନ୍ ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନଚିକେତା ସ୍ବାଇଁ ସମ୍ମାନିତ ଅତିଥି ଭାବେ ଯୋଗଦେବା ସହ ବିଡିଓ, ବ୍ଲକ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷା, ବହୁ ସରପଞ୍ଚ ଓ ସମିତି ସଭ୍ୟ, ବହୁ ପ୍ରଶାସନିକ ଅଧିକାରୀ ଯୋଗଦେଇଥିଲେ ।



