Spread the love

ୟୁ.ଜି.ସି ରେଗୁଲେସନ ପ୍ରତ୍ୟାହାର ଦାବିରେ ଲାଞ୍ଜିଗଡ ବ୍ରାହ୍ମଣ ସମାଜ ପକ୍ଷରୁ ଲାଞ୍ଜିଗଡ ତହସିଲଦାରଙ୍କୁ ସ୍ମାରକ ପତ୍ର ପ୍ରଦାନ

କଳାହାଣ୍ଡି ଜିଲ୍ଲା,ଲାଞ୍ଜିଗଡ ବ୍ଲକର ସବର୍ଣ୍ଣ ସମାଜ ବିରୋଧୀ ତଥା ଛାତ୍ର ଛାତ୍ରୀଙ୍କ ପ୍ରତି ଘୋର ପକ୍ଷପାତ ସୃଷ୍ଟିକାରୀ ୟୁ.ଜି.ସି ରେଗୁଲେସନ ୨୦୨୬ କୁ ତୁରନ୍ତ ପ୍ରତ୍ୟାହାର ଦାବିରେ ଲାଞ୍ଜିଗଡ ବ୍ରାହ୍ମଣ ସମାଜ ଲାଞ୍ଜିଗଡ ପକ୍ଷରୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଲାଞ୍ଜିଗଡ ତହସିଲଦାର ଡ଼ଃ ବନମାଳୀ ମେହେରଙ୍କୁ ଆଜି ମଙ୍ଗଳବାର ଦିନ ୧୧ ଘଣ୍ଟା ୪୫ ମିନିଟ ସମୟରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି I ଲାଞ୍ଜିଗଡ ବ୍ଲକ ବ୍ରାହ୍ମଣ ସମାଜର ସଭାପତି ହରେକୃଷ୍ଣ ଯୋଷୀ ଙ୍କ ନେତୃତ୍ୱରେ,ସମାଜର ଉପସଭାପତି ମନୋଜ ମହାପାତ୍ର, ସାଧାରଣ ସମ୍ପାଦକ ଶ୍ରୀମୁଖ ଅଗସ୍ତି, ସାଂଗଠନିକ ସମ୍ପାଦକ ଭଗବାନ ହୋତା,କୋଷାଧକ୍ଷ ଦୁର୍ଗାମାଧବ ରଥ ଉଚ୍ଚ ଶିକ୍ଷା କ୍ଷେତ୍ରରେ ସାଧାରଣ ସବର୍ଣ୍ଣ ବର୍ଗର ଛାତ୍ର ଛାତ୍ରୀଙ୍କ ପ୍ରତି ପକ୍ଷପାତ ସୃଷ୍ଟିକାରୀ ଏହି ୟୁ.ଜି.ସି ରେଗୁଲେସନ ଭାରତୀୟ ସମ୍ବିଧାନର ଧାରା ୧୪ ସମାନତା ଅଧିକାରୀକୁ କ୍ଷୁର୍ଣ କରୁଛି ଏବଂ ସାମାଜିକ ସଦଭାବନା ରକ୍ଷା ଦିଗରେ ପ୍ରତି ବନ୍ଧକ ସୃଷ୍ଟି କରିବ I ଏହି ସବର୍ଣ୍ଣ ସମାଜ ଛାତ୍ର ଛାତ୍ରୀଙ୍କ ପ୍ରତି ଅବିଚାର ତେଣୁ ଏହି କଳା ଆଇନକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଲାଞ୍ଜିଗଡ ବ୍ଲକ ବ୍ରାହ୍ମଣ ସମାଜ ଦାବୀ କରୁଛି I ଅନ୍ୟ ମାନଙ୍କ ମଧ୍ୟରେ ନିରଞ୍ଜନ ଆଚାର୍ଯ୍ୟ, ସୁବାଷ ଚନ୍ଦ୍ର ମହାପାତ୍ର,ନଳିନୀ ହୋତା, ସତ୍ୟନାରାୟଣ ମିଶ୍ର, ଭ ବାନିଶଙ୍କର ନନ୍ଦ,ଖିତେନ୍ଦ୍ର ମହାପାତ୍ର,ଦେବାଶିଷ ମହାପାତ୍ର, ପ୍ରଭାକର ଆଚାର୍ଯ୍ୟ,ଟୁନା ପାଣିଗ୍ରାହୀ,ମିନୁ ପତି, ରାଧାମାଧବ ରଥ,ଲମ୍ବୋଦର ପତି,ବଳରାମ ଦାସ,ଦିଲ୍ଲୀପ ମିଶ୍ର,ସୋମ୍ୟ ରଞ୍ଜନ କର,ରାମଚନ୍ଦ୍ର ଶର୍ମା,ଉମାଶଙ୍କର ବେହେରା,ମହେନ୍ଦ୍ର ପଣ୍ଡା,ଭକ୍ତବନ୍ଧୁ ପତି,ଭୋବାନିଶଙ୍କର ଆଚାର୍ଯ୍ୟ,ସତ୍ୟବ୍ରତ ଦାସ,ରଘୁନାଥ ପତି ଓ ଅନ୍ୟାନ୍ୟ ଲାଞ୍ଜିଗଡ ବ୍ଲକ ବ୍ରାହ୍ମଣ ସମାଜର ସମସ୍ତ ସଦସ୍ୟ ପ୍ରମୁଖ ଉପସ୍ଥିତରେ ସ୍ମାରକ ପତ୍ର ଆଜି ପ୍ରଦାନ କରାଗଲା। କଳାହାଣ୍ଡିରୁ ବି ତ୍ରିପତି ପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ ।

Leave a Reply

Your email address will not be published. Required fields are marked *