Spread the love

୭୦ କୋଟି ଟଙ୍କା ଠକେଇ ଅଭିଯୋଗ: କପ୍ତିପଦାରେ EDର ଚଢ଼ାଉ, ଟ୍ରେଡିଂ କମ୍ପାନୀ ମୁଖ୍ୟଙ୍କ ଘର ତଲାସୀ

​ଉଦଳା:

ଓଡ଼ିଶାରେ ପୁଣି ଏକ ବଡ଼ ଧରଣର ଆର୍ଥିକ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ବଡ଼ଶୋଳ ଗ୍ରାମରେ EDର ଏକ ଟିମ୍ ବୁଧବାର ସକାଳୁ ଚଢ଼ାଉ କରିଛି। କୋଲକାତାର ଏକ ପ୍ରମୁଖ ଟ୍ରେଡିଂ କମ୍ପାନୀର ଓଡ଼ିଶା ମୁଖ୍ୟ ଈଶ୍ୱର ବିନ୍ଧାଣୀଙ୍କ ବାସଭବନରେ ଏହି ରେଡ୍ କରାଯାଉଛି।

​ପ୍ରାଥମିକ ତଥ୍ୟ ଅନୁସାରେ, ଉକ୍ତ କମ୍ପାନୀ ନାମରେ ଭୁବନେଶ୍ୱର, କଟକ, ମୟୂରଭଞ୍ଜ ଏବଂ ଜଗତସିଂହପୁର ଜିଲ୍ଲାରୁ ପ୍ରାୟ ୭୦ କୋଟି ଟଙ୍କା ଠକେଇ ହୋଇଥିବା ନେଇ ସଙ୍ଗୀନ ଅଭିଯୋଗ ରହିଛି। ଏହି ଚଢ଼ାଉରେ EDର ତିନି ଜଣିଆ ଟିମ୍ ସହିତ ଦୁଇ ଜଣ ବ୍ୟାଙ୍କ ଅଧିକାରୀ ଓ ସ୍ଥାନୀୟ ପୋଲିସ ସାମିଲ ହୋଇ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଯାଞ୍ଚ କରୁଛନ୍ତି।

Leave a Reply

Your email address will not be published. Required fields are marked *