କଳାହାଣ୍ଡିର ପୂର୍ବତନ ସାଂସଦ ତଥା ମନ୍ତ୍ରୀ ରାସବିହାରୀ ବେହେରାଙ୍କ ପରଲୋକ; ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଶୋକ
ଭୁବନେଶ୍ୱର:
କଳାହାଣ୍ଡିର ପୂର୍ବତନ ସାଂସଦ ତଥା କୋକସରା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରାସବିହାରୀ ବେହେରାଙ୍କ ପରଲୋକ ଘଟିଛି। ତାଙ୍କ ବିୟୋଗରେ ରାଜ୍ୟ ରାଜନୀତିରେ ଶୋକର ଛାୟା ଖେଳିଯାଇଛି।
ତାଙ୍କ ଦେହାନ୍ତ ଖବର ପାଇ ରାଜ୍ୟ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ବାର୍ତ୍ତାରେ ଶ୍ରୀ ସିଂହଦେଓ କହିଛନ୍ତି ଯେ, ଶ୍ରୀ ବେହେରାଙ୍କ ବିୟୋଗ ଖବର ତାଙ୍କୁ ମର୍ମାହତ କରିଛି। ସେ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଏହି ଦାରୁଣ ଦୁଃଖ ସହିବାକୁ ପ୍ରଭୁ ଶ୍ରୀଜଗନ୍ନାଥ ଧୈର୍ଯ୍ୟ ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି।
