OPTCL ବିରୋଧରେ କ୍ଷତି ପୂରଣ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ମାଲିକ ସଂଘ

ଜେ. ବି. ଏନ୍, (୨୮/୧୨ /୨୦୨୦), (ରିପୋର୍ଟ, ସୁଶାନ୍ତ କୁମାର ସାମଲ), ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲା ଅଅଁଳା ବେଣୀ ସ୍ଥିତ ଟାଉନ୍ ସିପ୍ ମାଟି ଖୋଲା ରେ କାର୍ଯ୍ୟରତ ଥିବା ଏକ୍ସଜୀବିର୍ ମେସିନ୍ ର କ୍ଷତି ପୂରଣ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ମାଲିକ ସଂଘ। ସୂଚନା ମୁତାବକ ଗତ ତା. ୧୮/୧୨ /୨୦୨୦ ରିଖ ରାତିରେ ମନ୍ଦ ଉଦ୍ଦେଶ୍ୟ ଦୁର୍ବୃତ୍ତ ୬ ଗୋଟି ଏକ୍ସଜୀବିର୍ ମେସିନ୍ କୁ ପୋଡି ପାଉଁଶ କରିଦେଇଛନ୍ତି। ଆମର ମେସିନ୍ ଗୁଡିକ OPTCL ର ଏକ ଠିକା ସଂସ୍ଥା ଆଦିତ୍ୟ ଦେବ ଇନ୍ଫ୍ରାଟେକ ପ୍ରାଇଭେଟ ଲିମିଟେଡ. ମାଧ୍ୟମରେ ନିୟୋଜିତ ଥିଲା ।ତାଙ୍କ ପୋଡି ଯାଇଥିବା ମେସିନ୍ ର କ୍ଷତି ପୂରଣ ବାବଦକୁ ବାରମ୍ବାର OPTCL କୁ ଜାଣିବା ପରେ ମଧ୍ୟ କୌଣସି ସୁଫଳ ମିଳିପାରି ନ ଥିଲା। ଏହା ପରେ ବାଧ୍ୟ ହୋଇ ସେମାନେ ଗତ ତା. ୨୨/୧୨ /୨୦୨୦) ରିଖ ଠାରୁ ୬ ଦିନ ଧରି ଅଣ ସନ୍ ରେ ବସିଥିଲେ। ଏହା ପରେ ମଧ୍ଯ ଅଣ ସନ୍ ର କୌଣସି ସୁଫଳ ମିଳି ପାରି ନ୍ ଥିଲା। ଆଜି ଶେଷରେ ମାଲିକ ମାନେ ଏକ୍ ତ୍ରିତ ହୋଇ ନିଜର ଜୀବନ୍ ଜିବିକା ପାଇଁ ତଥା ନ୍ୟାୟ ପାଇବା ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି।




