
ଢେଙ୍କାନାଳ ଡାକମଣ୍ଡଳର ୪୯ ତମ ପ୍ରତିଷ୍ଠା ଦିବସ ପାଳିତ ଢେଙ୍କାନାଳ
(ଜେ. ବି. ଏନ୍ /ସୁବ୍ରତ କୁମାର) ୨୮/୧୨ /୨୦୨୦ ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ( ବର୍ତ୍ତମାନ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲା ) କୁ ନେଇ ଗଠିତ ଢେଙ୍କାନାଳ ଡାକ ମଣ୍ଡଳ ତାର ୪୯ ତମ ପ୍ରତିଷ୍ଠା ଦିବସ କୋଭିଡ଼ ନିୟମକୁ ଆଖିଆଗରେ ରଖି ନିରାଡ଼ମ୍ବର ସହିତ ପାଳନ କରିଛି ।
ଉକ୍ତ ଉତ୍ସବରେ ସମ୍ବଲପୁର ଡାକକ୍ଷେତ୍ରର ଆଞ୍ଚଳିକ ମୁଖ୍ୟ ତଥା ମହାଡାପାଳ ଶ୍ରୀଯୁକ୍ତ ଲଳିତେନ୍ଦୁ ପ୍ରଧାନ ମୁଖ୍ୟ ଅତିଥୀ ଭାବରେ ଯୋଗଦେଇ ଡାକକର୍ମଚାରୀଙ୍କୁ କର୍ତ୍ତବ୍ୟନିଷ୍ଠ ଭାବରେ ଜନସାଧାରଣଙ୍କ ବର୍ଭମାନ ଏବଂ ଭବିଷ୍ୟତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆନ୍ତରିକତା ସହ ଉତ୍ତମ ସେବା ପ୍ରଦାନ କରିବାକୁ ନିଜକୁ ନିୟୋଜିତ କରିବାକୁ ଉଦବୋଧନ ଦେଇଥିଲେ ।
ସମ୍ମାନିତ ଅତିଥୀ ଭାବରେ ଓଡିଶା ଡାକ ପରିମଣ୍ଡଳର DPS ( Headquarter ) ଶ୍ରୀ ଆଦିତ୍ୟ କୁମାର ନାୟକ ଯୋଗଦେଇ ଡାକ ବିଭାଗର ନୂତନ ଯୋଜନା ବିଷୟରେ ଜଣାଇଥିବା ସହିତ କିପରି ଉତ୍ତମ ସେବା ପ୍ରଦାନ କରିବା ସେଦିଗରେ କର୍ମଚାରୀ ମାନଙ୍କୁ ଉଦବୋଧନ ଦେଇଥିଲେ ।
ଆଜିର ଏହି ସଭାରେ ଡାକବିଭାଗର ବିଭିନ୍ନ ବର୍ଗରେ ଉତ୍ତମ ସେବା ପ୍ରଦାନ କରିଥିବା ଡାକ କର୍ମଚାରୀ ଓ ଡାକ ଜୀବନ ବୀମା ଏଜେଣ୍ଟମାନେ ଅତିଥୀ ମାନଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ । ଆୟୋଜିତ ସଭାରେ ଢେଙ୍କାନାଳ ଡାକ ମଣ୍ଡଳ ଅକ୍ଷକ ଶ୍ରୀଯୁକ୍ତ ଜମେଶ୍ବର ଗଣନାୟକ ଅଧକ୍ଷତା କରିଥିଲେ ଓ ସହାୟକ ଅକ୍ଷକ ଶ୍ରୀଯୁକ୍ତ ସଞ୍ଜିତ କୁମାର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ଶ୍ରୀ ସରୋଜ କୁମାର ମହାପାତ୍ର ଏବଂ ଶ୍ରୀ ଦୀପ୍ତି ରଞ୍ଜନ ସାମନ୍ତ ମଞ୍ଚ ପରିଚାଳନା କରିଥିଲେ ।



