ଗାନ୍ଧୀଜୀଙ୍କ ଓଡିଶା ଆଗମନର ଶତବାର୍ଷିକୀ ପାଳନ ହେବ

ଜେ ବି ଏନ, ୨୯/୧୨/୨୦୨୦, (ରିପୋର୍ଟ, ସୁଶୀଲ କୁମାର), ଭୁବନେଶ୍ବର : ମହାତ୍ମା ଗାନ୍ଧୀ ୧୯୨୧ରୁ ୧୯୪୬ ମଧ୍ୟରେ ଓଡ଼ିଶାକୁ ୮ଥର ଆସିଛନ୍ତି । ମାର୍ଚ୍ଚ ୨୩ , ୧୯୨୧ରେ ପ୍ରଥମ ଥର ଆସିଥିବା ବେଳେ ଏହି ଐତିହାସିକ ଘଟଣାର ଏକଶହ ବର୍ଷ ପୂର୍ତ୍ତିକୁ ସ୍ମରଣୀୟ କରିବା ପାଇଁ ୨୩ ମାର୍ଚ୍ଚ ୨୦୨୧ରୁ ୧ବର୍ଷ ବ୍ୟାପୀ ଗାନ୍ଧୀଜୀଙ୍କ ଓଡିଶା ଆଗମନର ଶତବାର୍ଷିକୀ ମହାସମାରୋହରେ ପାଳନ କରାଯିବାକୁ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି ।



