ନିର୍ବାଚିତ ଜନ ପ୍ରତିନିଧି ଏବଂ ସରକାରୀ କର୍ମଚାରୀ ସମ୍ପରି ତାଲିକା ପ୍ରଦାନ କରିବେ

ଜେ ବି ଏନ, ୨୯/୧୨/୨୦୨୦, (ରିପୋର୍ଟ, ସୁଶୀଲ କୁମାର), ଭୁବନେଶ୍ୱର : ରାଜ୍ୟର ସମସ୍ତ ନିର୍ବାଚିତ ଜନ ପ୍ରତିନିଧି ଏବଂ ସରକାରୀ କର୍ମଚାରୀ ଏଣିକି ପ୍ରତିବର୍ଷ ସେମାନଙ୍କ ସମ୍ପତ୍ତି ତାଲିକା ପ୍ରଦାନ କରିବେ । ଏ ସମ୍ପର୍କିତ ତଥ୍ୟ ଜନସାଧାରଣଙ୍କ ସୂଚନା ନିମନ୍ତେ ପବ୍ଲିକ୍ ଡୋମେନ୍ ରଖାଯିବ । ଏହାର ଏକକିତା ନକଲ ଲୋକାୟୁକ୍ତଙ୍କ ଅବଗତି ନିମନ୍ତେ ପ୍ରେରଣ କରାଯିବ । ଏନେଇ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଇଛନ୍ତି ।



