କାଳିକା ନଗର ଦକ୍ଷିଣକାଳୀଙ୍କ ପଞ୍ଚମ ବାର୍ଷିକ କାଳୀପୂଜା ମହାଆଡ଼ମ୍ବରରେ ପାଳିତ।
ଢେଙ୍କାନାଳ ସହରର କାଳିକା ନଗରଠାରେ ଦକ୍ଷିଣକାଳୀ ପୂଜା କମିଟି ପକ୍ଷରୁ ପଞ୍ଚମ ବାର୍ଷିକ କାଳୀପୂଜା ଭକ୍ତି ଓ ଉତ୍ସାହର ସହ ପାଳିତ ହେଉଛି।
ଏହି ଅବସରରେ ଗତକାଲି ମା’ଙ୍କର କଳସ ଯାତ୍ରା, ମଣ୍ଡଳ ପୂଜା, ଚକ୍ଷୁଦାନ, ଷୋଡ଼ଶ ଉପଚାର ପୂଜା ଏବଂ ହୋମଯଜ୍ଞ ଆଦି ଧାର୍ମିକ ରୀତିନୀତି ଅନୁଷ୍ଠିତ ହୋଇଥିଲା। ଏଥିସହ ମା’ଙ୍କ ନିକଟରେ ବିଭିନ୍ନ ପ୍ରକାର ଭୋଗ ଲାଗି କରାଯାଇଥିଲା।
ଆଜି ମଧ୍ୟାହ୍ନରେ ଭକ୍ତମାନଙ୍କ ନିମନ୍ତେ ପ୍ରସାଦ ସେବନର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।
ତିନି ଦିନ ଧରି ଚାଲିବାକୁ ଥିବା ଏହି ପୂଜାର ଆସନ୍ତା ୧୧ ତାରିଖ ବୁଧବାର ଦିନ ମା’ଙ୍କ ଭସାଣି ଉତ୍ସବ ଅନୁଷ୍ଠିତ ହେବ।
କର୍ମକର୍ତ୍ତା ସିପୁ ମଲ୍ଲିକ, ରଞ୍ଜନ ମଲ୍ଲିକ, ଶକ୍ତି ପ୍ରସାଦ ମଲ୍ଲିକ, ସର୍ବେଶ୍ୱର ମଲ୍ଲିକ, ସ୍ୱପ୍ନା ମଲ୍ଲିକଙ୍କ ସମେତ କମିଟିର ସମସ୍ତ ସଦସ୍ୟଙ୍କ ସହଯୋଗରେ ଏହି ପୂଜା ଆୟୋଜିତ ହେଉଛି।
