### ନଭେମ୍ବର ୨୮ରେ ଓଡ଼ିଶା ଆସିପାରନ୍ତି ଅମିତ ଶାହ, ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବା ସମ୍ଭାବନା
ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସିପାରନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ଆସନ୍ତା ନଭେମ୍ବର ୨୮ ତାରିଖରେ ତାଙ୍କର ଓଡ଼ିଶା ଗସ୍ତ ସମ୍ଭାବନା ରହିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।
ସୂଚନା ଅନୁଯାୟୀ, ଏହି ଗସ୍ତ ଅବସରରେ ଅମିତ ଶାହ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ସହ ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହୋଇପାରନ୍ତି। ତେବେ ତାଙ୍କ ଗସ୍ତର ଚୂଡ଼ାନ୍ତ କାର୍ଯ୍ୟସୂଚୀ ନେଇ ଆନୁଷ୍ଠାନିକ ଘୋଷଣାକୁ ଅପେକ୍ଷା କରାଯାଇଛି।
ଜାଗ୍ରତ ଭାରତ ନ୍ୟୁଜ୍
