Spread the love

ପୌର ନିର୍ବାଚନରେ SEBC ଓ OBCଙ୍କୁ ସଂରକ୍ଷଣ ସମ୍ଭାବନା

​ଭୁବନେଶ୍ୱର: ରାଜ୍ୟରେ ଆଗାମୀ ପୌର ନିର୍ବାଚନରେ SEBC ଓ OBC ବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇପାରେ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ସୂଚନା ଦେଇଛନ୍ତି। ସେ ପ୍ରକାଶ କରିଛନ୍ତି ଯେ, ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଯଥେଷ୍ଟ ଗୁରୁତ୍ୱ ପ୍ରଦାନ କରିଛନ୍ତି ଏବଂ SEBC କମିଶନ ଗଠନ ପ୍ରକ୍ରିୟା ଶେଷ ହୋଇଛି। ସଠିକ୍ ସମୟରେ ନିର୍ବାଚନ କରାଇବା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତି ଚଳାଇଛନ୍ତି ଏବଂ ବର୍ତ୍ତମାନ ପୌରପାଳିକାଗୁଡ଼ିକର ସୀମା ପୁନଃଗଠନ କାର୍ଯ୍ୟ ଜାରି ରହିଛି।

Leave a Reply

Your email address will not be published. Required fields are marked *